ଛତିଶଗଡ଼ରରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା, ୨୦ ଫୁଟ ତଳକୁ ପିକ୍‌ଅପ୍ ଭ୍ୟାନ୍ ଖସି ୧୭ ମୃତ

ଛତିଶଗଡ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟ ଘଟିଛି। ଏହା ସହିତ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ପିକ୍ ଅପ ଭ୍ୟାନଟି ଏକ ଖାଇକୁ ଖସିପଡିଥିବା ଜଣାପଡିଛି । ଏହି ପିକଅପ ଭ୍ୟାନରେ ୨୫ରୁ ୩୦ ଲୋକ ଯାଉଥିଲେ । ସମସ୍ତ ମୃତକ ସେମରାହା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ପ୍ରାୟ ୨୫ରୁ୩୦ ଜଣ ଲୋକ କେନ୍ଦୁପତ୍ର ତୋଳିବା ପରେ ଏହି ପିକ୍‌ଅପ୍ ଭ୍ୟାନ୍‌ରେ ଫେରୁଥିଲେ। ତେବେ ବହପାଣି ଅଞ୍ଚଳ ଦେଇ ପିକ୍‌ଅପ୍ ଭ୍ୟାନ୍‌ଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଆହତମାନଙ୍କୁ ପୁଲିସ ଗାଡ଼ିରେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।