ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳି, ସୋପିଆନରେ ବିଜେପି ନେତାଙ୍କୁ ହତ୍ୟା
ଜମ୍ମୁ-କାଶ୍ମୀର: ନିର୍ବାଚନ ପୂର୍ବରୁ ଜମ୍ମୁକାଶ୍ମୀରର ଦୁଇଟି ପୃଥକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳିମାଡ କରିବା ସହ ସୋପିଆନରେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଆତଙ୍କବାଦୀମାନେ ସୋପିଆନର ହେରପୋରାରେ ରାତି ପ୍ରାୟ ୧୦.୩୦ରେ ସ୍ଥାନୀୟ ବିଜେପି ନେତା ଐଜାଜ ଅହମ୍ମଦ ଶେଖଙ୍କୁ ଗୁଳିକରି ହତ୍ୟା କରିଥିଲେ। ଐଜାଜ ଅହମ୍ମଦ ଜଣେ ପୂର୍ବତନ ସରପଞ୍ଚ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।