କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ସନ୍ଧ୍ୟାରେ ଐତିହାସିକ କଟକ ସହରରେ ରୋଡ ସୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ୍ ଶୋ’ ମୁଖ୍ୟ ରାସ୍ତାରେ ନୁହେଁ, ବରଂ ଗଳିକନ୍ଦିରେ ଆୟୋଜନ ହୋଇଛି। ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଂଚିବ।