ଆନ୍ଧ୍ରରେ ମର୍ମନ୍ତୁଦ ଦୁର୍ଘଟଣା, ୬ ଜୀବନ୍ତ ଦଗ୍ଧ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଆଜି ଭୋରରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଦେଖୁଦେଖୁଭୟ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ବାପଟଲାରୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ପ୍ରାୟ ୪୨ ଯାତ୍ରୀଙ୍କୁ ଧରି ଏକ ବସ୍‌ ଯାଉଥିଲା। ହାଇଦ୍ରାବାଦ- ବିଜୟୱାଡା ହାଇୱେ ଉପରେ ଚିଲକଲୁରିପେଟ ନିକଟରେ ଏକ ଟ୍ରକ୍‌ ସହ ବସ୍‌ର ଖୁବ୍‌ ଜୋରରେ ଧକ୍କା ହୋଇଥିଲା। ଏହାପରେ ଉଭୟ, ବସ୍‌ ଟ୍ରକ୍‌ ଆଖି ପିଛୁଳାକେ ଜଳି ଯାଇଛନ୍ତି। ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୩୨ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବହୁ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୪୨ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଉଭୟ ବସ୍‌ ଓ ଟ୍ରାକ୍‌ ଡାଇଭରଙ୍କ ସମେତ ଆଉ ୪ ଯାତ୍ରୀ ଜଳି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ଜଣେ ୮ ବର୍ଷୀୟ ନାବାଳକ ଥିବା ଜଣାଯାଇଛି।