କଟକ: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କଟକରେ ମେଗା ରୋଡ୍ ସୋ’ କରିବେ ଅମିତ ଶାହା । ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ।
ସୂଚନା ଅନୁସାରେ କାଲି ଦିନ ୧୨ଟା ୩୦ରେ ଅମିତ ଶାହା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ଗୋଟାଏ ୩୦ରେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ । ସେଠାରୁ କଟକ ଆସିବେ ଅମିତ ଶାହା । ସଂଧ୍ୟା ୫ଟା ୩୦ରେ କଟକରେ ରୋଡ୍ ସୋ’କରିବେ । ପୂର୍ବରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା ।