୪ର୍ଥ ପର୍ଯ୍ୟାୟ ନିର୍ବାଚନ: ପୂର୍ବାହ୍ନ ୯ ଟା ସୁଦ୍ଧା ୧୦.୩୫% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ଜମ୍ମୁ କାଶ୍ମୀରରେ ସର୍ବନିମ୍ନ, ଓଡ଼ିଶାରେ ୯.୨୩%
ନୂଆଦିଲ୍ଲୀ: ସୋମବାର ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ଦେଉଛି। ୧୦ ଟି ରାଜ୍ୟରେ ୯୬ ଟି ଆସନରେ ମତଦାନ ଚାଲିଛି। ଆଜି ମଧ୍ୟପ୍ରଦେଶ ସମେତ ଅନେକ ସହରରେ ପ୍ରବଳ ବର୍ଷା ହେଉଛି। ୧,୭୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଲୋକସଭା ନିର୍ବାଚନ ୨୦୨୪ର ତିନୋଟି ପର୍ଯ୍ୟାୟ ପାଇଁ ୧୯ ଏପ୍ରିଲ, ୨୬ ଏପ୍ରିଲ ଏବଂ ୭ ମେ’ରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ୧୯ ଏପ୍ରିଲରେ ମତଦାନ ହାର ୬୬.୧ ପ୍ରତିଶତ, ଏପ୍ରିଲ୨୬ ରେ ୬୬.୭ ପ୍ରତିଶତ ଏବଂ ମେ’ ୭ ରେ ୬୧ ପ୍ରତିଶତ ଥିଲା।
ଆନ୍ଧ୍ରପ୍ରଦେଶ- ୯.୦୫%
ବିହାର- ୧୦.୧୮%
ଜମ୍ମୁ କଶ୍ମୀର- ୫.୦୭%
ଝାଡଖଣ୍ଡ- ୧୧.୭୮%
ମଧ୍ୟପ୍ରଦେଶ- ୧୪.୯୭%
ମହାରାଷ୍ଟ୍ର-୬.୪୫%
ଓଡିଶା- ୯.୨୩%
ତେଲେଙ୍ଗାନା- ୯.୫୧%
ଉତ୍ତରପ୍ରଦେଶ- ୧୧.୬୭%
ପଶ୍ଚିମବଙ୍ଗ- ୧୫.୨୪%