ବଙ୍ଗୋମୁଣ୍ଡାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର; କହିଲେ, ‘ମୁଁ କଣ୍ଟାବାଞ୍ଜିର ବିଧାୟକ ପ୍ରାର୍ଥୀ, ଆପଣ ମାନେ ଖୁସି ତ’
କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନବୀନ କହିଛନ୍ତି, ମୁଁ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛି, ଆପଣ ମାନେ ଖୁସି ତ । ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ପଚାରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ ନବୀନ । ଏହାସହ ଜନସଭାରେ ନବୀନ କହିଛନ୍ତି, ବିଜେଡି ସରକାର ମାଗଣା ବିଜୁଳି ଦେବେ ଆପଣ ମାନେ ଖୁସି ତ ।
ଏହାସହ ବିରୋଧୀ ବିଜେପି ଓ ଏହି ଦଳର ନେତାଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ବିରୋଧୀ ମିଛ କହୁଛନ୍ତି ଏବଂ ବିଜେପିର ନେତା ଜନତାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ମୋତେ ଆଶୀର୍ବାଦ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।