ଉତ୍ତରପ୍ରଦେଶରେ ଲୋମଟାଙ୍କୁରା ଘଟଣା: ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯୁବକ

ଲକ୍ଷ୍ନୌ: ନିଜ ଘରେ ମୃତ୍ୟୁର ତାଣ୍ଡବ ରଚିଲେ ଯୁବକ । ନିଜ ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯୁବକ । ଉତ୍ତରପ୍ରଦେଶ ସୀତାପୁରରେ ଘଟିଛି ଏପରି ଏକ ଲୋମଟାଙ୍କୁରା ଘଟଣା । ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିବା ପରେ, ମା’କୁ ଗୁଳି ମାରିଦେଲେ, ଏହାପରେ ସ୍ତ୍ରୀକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜକୁ ଗୁଳିମାରି ହତ୍ୟା କରିଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅଭିଯୁକ୍ତ ଅନୁରାଗ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ମାନସିକ ଭାବେ ବିଚଳିତ ରହୁଥିଲେ। ତେଣୁ ସେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।