ତାମିଲନାଡୁର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ତାମିଲନାଡୁ: ତାମିଲନାଡୁର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫ ଜଣ ମହିଳା ରହିଛନ୍ତି । ବିସ୍ଫୋରଣରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ କେମିତି ହେଲା, ତାହାର ଯାଞ୍ଚ କରୁଛି ପୋଲିସ ।

ବିସ୍ଫୋରଣ ପରେ ପୂରା ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହା ଏକ ଲାଇସେନ୍ସ ପ୍ରାପ୍ତ ବାଣ କାରଖାନା ଥିଲା। ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି।ଅପରାହ୍ନ ୩ଟା ସମୟରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଶ୍ରମିକମାନେ ଏଠାରେ କାମ କରୁଥିବା ବେଳେ ହଠାତ୍‌ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି ହୋଇଛି । ଶିବକାଶୀକୁ ଭାରତର ବାଣ କାରଖାନା କୁହାଯାଏ । ଏହି ସ୍ଥାନରୁ ଦେଶର ବିଭିନ୍ନ ରାଜ୍ୟକୁ ବାଣ, ଦିଆସିଲି ଏବଂ ଷ୍ଟେଶନାରୀ ଜିନିଷ ପଠାଯାଏ ।