ଭୋପାଳ ୟୁନିୟନ କାର୍ବାଇଡ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ସ୍ଥାନୀୟ ଲୋକେ ଆତଙ୍କିତ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ପରିତ୍ୟକ୍ତ ୟୁନିଅନ କାର୍ବାଇଡ୍ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ପାଇ ବହୁ ସଂଖ୍ୟକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫ୍ୟାକ୍ଟ୍ରିରେ ଥିବା ପୁରୁଣା ମେସିନ, ପ୍ଲାଷ୍ଟିକ ଏବଂ କାଗଜ ରହିଥିଲା । ଭୟଙ୍କର ଧୂଆଁ ଚାରିଆଡେ ଦେଖିବାକୁ ମିଳିଥିଲା । ବିସ୍ଫୋରଣ ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ ।

ତେବେ ଏହି ଫ୍ୟାକ୍ଟ୍ରିଟି ଭୋପାଳ ଗ୍ୟାସ ଟ୍ରାଜେଡି ପରଠାରୁ ବନ୍ଦ ପଡିଥିଲା । ୧୯୮୪ ମସିହାରେ ଏହି କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଏହି କାରଖାନାରେ ଏବେ ପ୍ଲାଷ୍ଟିକ୍, ପୁରୁଣା ମେସିନ୍ ଇତ୍ୟାଦି ପଡ଼ି ରହିଛି। ସେଠାରେ ହିଁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ତେବେ ନିଆଁର କାରଣ ଜଣାପଡ଼ିନାହିଁ ।