ନବରଙ୍ଗପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର, ନିଜ ପାଇଁ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଆଶୀର୍ବାଦ
ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ କ୍ୟାମ୍ପେନ କରିଛନ୍ତି।ନବରଙ୍ଗପୁରରୁ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ନବୀନ । ପ୍ରଚାର ବେଳେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନାର ସଫଳତାର କଥା ଗୋଟି ଗୋଟି କରି ଜନତାଙ୍କୁ ପଚାରିଥିଲେ ନବୀନ ପଟ୍ଟନାୟକ । ରାଜ୍ୟରେ ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି ବ୍ୟବସ୍ଥା , ଚାଷୀଙ୍କ ପାଇଁ କାଳିଆ ଯୋଜନା ସଫଳ ସଫଳ ହୋଇଛି କି ନାହିଁ ବୋଲି ଜନତାଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ନିଜ ପାଇଁ ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ , ଶଂଖ ଚିହ୍ନ ଓ କୋରାପୁଟରେ ବିଜେଡିର ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ଆଶୀର୍ବାଦ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ।
ମିଶନ ଶକ୍ତି ଯୋଜନା, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଏବଂ ପୁରୀ ଶ୍ରୀମନ୍ଦିର କାମ ଭଲ ହୋଇଛି କି ବୋଲି ପଚାରିଥିଲେ। ଜନତାଙ୍କୁ ସମ୍ବୋଧିତ କରି ମୋତେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶଙ୍ଖ ଚିହ୍ନରେ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।