ବର୍ତ୍ତମାନ ବହୁତ ଲୋକଙ୍କ ଆଇନ ଉପରେ ସଚେତନା ନାହିଁ।ନିଜର ଅଧିକାର ସମ୍ପର୍କରେ ମଧ୍ୟ ସେମାନେ ଅବଗତ ନାହାଁନ୍ତି । ତେବେ ସେମାନେ କିପରି ସଚେତନ ରହିବେ ସେ ଉପରେ ନଜର । …………
ବିଶେଷ କରି ମହିଳାଙ୍କର ସମ୍ପତି ଉପରେ ଅଧିକାର ବହୁତ ଜଟିଳ ସମସ୍ୟା ହୋଇଥାଏ । ଯେତେବେଳେ ସେମାନେ ବିବାହ କରି ଅନ୍ୟ ଘରକୁ ଚାଲିଯାଇଥାନ୍ତି ସେତେବେଳେ ଅନେକ ଜଟିଳ ହୋଇଥାଏ । ତେବେ ଏହି ପରିପ୍ରେଖିରେ ପ୍ରଶ୍ନ ଉଠୁଛି ଗୋଟେ ବିବାହିତା ମହିଳାଙ୍କର ସମ୍ପତିଗତ ଅଧିକାର କଣ ଅଛି ?
ମହିଳାଙ୍କ ଅଧିକାର-: ଆପଣ ବିବାହିତା ହୋଇଥାନ୍ତୁ କି ଅବିବାହିତା ମହିଳାଙ୍କୁ ନିଜର ପୌତ୍ରୁକ ସମ୍ପତି ରେ ବରାବର ଆଧିକାର ଅଛି । ଆଇନ ଅନୁଯାୟୀ କୌଣସି ମହିଳାଙ୍କୁ ନିଜ ବାପଙ୍କର ପୌତ୍ରୁକ ବା ପୁସ୍ତନୁ ସମ୍ପତିରେ ଅଧିକାର ଦିଆଯାଇଛି । ଯଦି ବାପା ନିଜର ଗଛିତ ସମ୍ପତିରେ କୌଣସି କାଗଜ ପାତ୍ର କରିନାହାନ୍ତି ତେବେ ତାଙ୍କର ମୃତ୍ୟୁ ପରେ ଝିଅ କୁ ବି ଭାଇ ଏବଂ ମାଙ୍କ ପରି ବରାବର ଅଂଶ ମିଳିବ। ଏପରିକି ବିବାହ ପରେ ମଧ୍ୟ ଏହି ଅଧିକାର ମିଳିବ। ଏପରିକି ବିବାହିତ ବହୁ ମଧ୍ୟ ଶ୍ଵଶୁର ଘରଠାରୁ ଭରଣ ପୋଷଣ ଓ ସମ୍ପତିରେ ଭାଗ ପାଇବାର ଅଧିକାର ରହିଛି ।
ଉତରାଧିକାରୀ ନିଯମରେ ସମ୍ପତ୍ତିର ଭାଗ ବଣ୍ଟା ଦ୍ଵାରା କୌଣସି ବି ବ୍ୟକ୍ତି ସ୍ଵୟଂଅର୍ଜିତ ସମ୍ପତ୍ତିକୁ ହସ୍ତାନ୍ତର କରିବାର ଅଧିକାର ବି ସ୍ପଷ୍ଟ ବାକ୍ଷ୍ୟା କରିଥାଏ।
ସୋସାଇଟି ଆକ୍ଟ ଧାରାରେ ଯେଉଁ ବାପା ନିଜର ବିବାହିତା ଝିଅକୁ, ପତ୍ନୀ ଏବଂ ପୁଅକୁ ଅଣ ଦେଖାକରି ଘରର ମଲିକାନା ହକ ବଞ୍ଚିଥାଉ ଥାଉ ବି ନ୍ୟସ୍ତ କରିପାରିବେ ।
ବିବାହ ପରେ -: ବିବାହ ପରେ ସ୍ଵାମୀର ସମ୍ପତ୍ତିରେ ମହିଳାଙ୍କ ମାଲିକାନା ହକ ନଥାଏ । crpc( ସି ଆର ପି ସି ) ହିନ୍ଦୁ ମ୍ୟାରେଜ ଆକ୍ଟ , ହିନ୍ଦୁ ଆଡପ୍ଟଟେସନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ ( Hindu Adoptions and Maintenance Act ) ଏବଂ ଘରୋଇ ହିଂସା ଆଇନ ଅନୁସାରେ ଭରଣ ପୋଷଣ ଭତ୍ତା ଦାବି କରିହେବ।

ସ୍ଵାମୀଙ୍କ ମୃତ୍ୟୁ ପରେ -: ଯଦି କୌଣସି ସ୍ଵାମୀ ଘୋଷପତ୍ର କରିନାହାନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ପତ୍ନୀଙ୍କୁ ତାଙ୍କର ସ୍ଵାମୀ ଙ୍କ ଅର୍ଜିତ ସମ୍ପତିରେ ଭାଗ ମିଳିବ । କିନ୍ତୁ ପୌତ୍ରୁକ ସମ୍ପତିରେ ସେ ଦାବି କରିପାରିବେ ନାହିଁ ।
ଛାଡପତ୍ର ପରେ-: ଛାଡପତ୍ର ପରେ ମହିଳାଙ୍କୁ ସ୍ଵାମୀ ଙ୍କର ପୌତ୍ରୁକ ଏବଂ ଘୋଷଣା ପାତ୍ର ଅନୁଯାଇ ସମ୍ପତ୍ତିରୁ ଅନୁକମ୍ପା ଭାଗୀଦାର ମିଳିବ । ପୌତ୍ରୁକ ସମ୍ପତିରେ ଅନୁକମ୍ପା ମିଳିବ ଦ୍ଵାରା ଛାଡପତ୍ର ସମୟରେ ଯେତେବେଳେ ଅନୁକମ୍ପା ରାସୀ ଧାର୍ଯ୍ୟ କରାଯିବ ସେତେବେଳେ ସ୍ଵାମୀ ଙ୍କର ଦରମା ଏବଂ ତାଙ୍କ ଅର୍ଜିତ ସମ୍ପତି ଏବଂ ପୌତ୍ରୁକ ସମ୍ପତ୍ତି ଆଧାରରେ ଭରଣ ପୋଷଣ ଟଙ୍କା ଏବଂ ଅନୁକମ୍ପା ସ୍ଥିର କରାଯିବ ।
ମହିଳାଙ୍କ ସମ୍ପତିରେ ଦାବି -: କୌଣସି ମହିଳା ନିଜ ଅଂଶ ରେ ଆସିଥିବା ପୌତ୍ରୁକ ସମ୍ପତି ଏବଂ ନିଜ ଅର୍ଜିତ ସମ୍ପତିକୁ ଚାହିଁଲେ ଆଇନ ସୁରକ୍ଷା ନେଇ ଘୋଷଣା ପାତ୍ର ପ୍ରସ୍ତୁତ କରିପାରିବେ । ଏହିରେ କୌଣସି ବ୍ୟକ୍ତି ହସ୍ତକ୍ଷପ କରିପାରିବେ ନାହି। ମହିଳା ନିଜେ ଚାହିଁଲେ ପିଲାମାନଙ୍କ ଲାଳନ ପାଳନ କରିପାରିବେ। ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ ର ସେକସନ ୨୩ ଅନୁସାରେ ପଟି ଏବଂ ପତ୍ନୀ ଉଭୟଙ୍କର ଯେତିକିବି ସମ୍ପତ୍ତି ରହିଥିବା ତାର ଭାଗବଣ୍ଟା କୁ ନେଇ ପତ୍ନୀ ଦାବି କରିପାରିବେ। ଏହାଛଡା ପତ୍ନୀ ଙ୍କୁ ତାଙ୍କର ସ୍ତ୍ରୀ ଧନ ଉପରେ ମଧ୍ୟ ଅଧିକାର ଅଛି । ଏହାଛଡା ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ ରେ ମହିଳାମାନେ ସମ୍ପତ୍ତିରେ ଭାଗବଣ୍ଟା କୁ ନେଇ ଦାବିକରିପାରିବେ। ତାଙ୍କ ଜେଜେବାପା କିମ୍ବା ନିଜପୁରୁଖା ଙ୍କ ଦ୍ଵାରା ଅର୍ଜିତ ସମ୍ପତି ରୁ ବି ନିଜର ଅଂଶ ପାଇବାର ଅଧିକାର ଏହି ନିୟମ ସମସ୍ତ ରାଜ୍ୟାମାଙ୍କରେ ଲାଗୁ ହୋଇସାରିଛି।
ଛାଡପତ୍ର ଚାଲିଥିବା ସମୟରେ -: ଯଦି ପତ୍ନୀ ଓ ପତିଙ୍କର ଛାଡପତ୍ର ମାମଲା ଚାଲିଥାଏ ତେବେ ସେ ହିନ୍ଦୁ ମ୍ୟାରେଜ ଆକ୍ଟର ୨୪ ଧର ଅନୁସାରେ ସେ ଭରଣପୋଷଣ ଦାବି କରିପାରିବେ । ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଗଲେ ଛାଡପତ୍ର ସମୟରେ ଯେଉଁ ଅନୁକମ୍ପା ରାଶି ର ସ୍ଥିର ହୋଇଥାଏ ତାହାବି ପତିଙ୍କର ଦରମା ଓ ଅର୍ଜିତ ସମ୍ପତି ଆଧାରରେ ହି ଧାର୍ଯ୍ୟ ହୋଇଥାଏ ।
ଲିଭ୍ଇନ ରେ ରହୁଥିବା ମହିଳା-:ଲିଭ୍ଇନ ରିଲେସନସିପ ରେ ରହୁଥିବା ମହିଳାଙ୍କୁ ଭରଣପୋଷଣ ଟଙ୍କା ପାଇବାର ବି ଅଧିକାର ରହିଛି। ଯଦିଓ ପାର୍ଟନର ଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିରେ ଅଧିକାର ନଥାଏ । ଯଦି ପାର୍ଟନରଙ୍କ ପାଖରେ ଅଧିକ ସମ୍ପତି ରହିଛି ଓ ପୂର୍ବରୁ ଭରଣପୋଷଣ ଟଙ୍କା ସ୍ଥିର ରହିଛି । ଯଦି ଲିଭଇନ ରେ ରହି ପାର୍ଟନର ଘୋଷଣାପତ୍ର ମାଧ୍ୟମରେ ପାର୍ଟନର ଙ୍କୁ ସମ୍ପତ୍ତି ଲେଖିଦିୟନ୍ତି ତେ ତାଙ୍କର ମୃତ୍ୟୁ ପରେ ମହିଳା ପାର୍ଟନର ଙ୍କୁ ସମ୍ପତ୍ତି ମିଳିଯିବ । ମହିଳା ନିଜ ଭାଗରେ ଆସିଥିବା ସମ୍ପତ୍ତି କିମ୍ବା ନିଜ ଅର୍ଜିତ ସମ୍ପତିକୁ ଯାହାଚହିବେ ତାହା କରିପାରିବେ। ଯଦି ମହିଳା ବିକିବାକୁ ବି ଚାହିବେ ବିକ୍ରି ମଧ୍ୟ କରିପାରିବେ ।
ସ୍ନିଗ୍ଧା ତ୍ରିପାଠୀ