ହ୍ୟୁମାନ୍ ମେଟାନିମୋ HMPV ଭାଇରସ୍ କଣ? ଦେଶ-ବିଦେଶବଡ଼ ଖବର By Lopa Last updated Jan 7, 2025 Share କୋଭିଡ-୧୯ ମହାମାରୀ ପରେ ଏବେ HMPV ଭାଇରାସକୁ ନେଇ ସାରା ବିଶ୍ୱରେ ପଶିଛି ଛନକା। ଚୀନ୍ରେ ଏହି ଜୀବାଣୁ କାୟା ମେଳାଇବାରେ ଲାଗିଛି। ଏବେ ଭାରତରେ ମଧ୍ୟ ଏହି ଭାଇରାସ ଏଣ୍ଟ୍ରି ମାରିଛି। ଚିହ୍ନଟ ହୋଇଛି ପ୍ରଥମ ସଂକ୍ରମିତ। ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ। ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ଭାରତରେ ଏହା ଏଚ୍ଏମ୍ପିଭି ଭାଇରସ୍ ପ୍ରଥମ ମାମଲା। HMPV ସାଧାରଣତ ପିଲାମାନଙ୍କଠାରେ ହିଁ ଚିହ୍ନଟ ହୁଏ। ସମସ୍ତ ଫ୍ଲୁ ନମୁନାରେ HMPV ୦.୭ % ଥାଏ। ଏହି ଜୀବାଣୁଙ୍କର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ, ଏହା ଏକ ସାଧାରଣ ଜୀବାଣୁ। ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି। ୨୦୨୩ ମସିହାରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଚାଇନାରେ HMPV ଚିହ୍ନଟ ହୋଇଥିଲା। ହ୍ୟୁମାନ୍ ମେଟାନିମୋ ଭାଇରସ୍ କଣ? ୨୦୦୧ରେ ଏହି ଭୂତାଣୁ ପ୍ରଥମ ଥର ପାଇଁ ଠାବ ହୋଇଥିଲା। ଏହା ମଧ୍ୟ କରୋନା ଭଳି। କାଶ ଛିଙ୍କ ସହ ପାଟି ଓ ନାକରୁ ନିର୍ଗତ ତରଳ କଣିକା ଦ୍ୱାରା ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ କାଶ, ଜ୍ୱର, ନାକ ବନ୍ଦ, ନିଶ୍ୱାସ-ପ୍ରଶ୍ୱାସ ବେଳେ ହ୍ୱିସିଲ୍ ବାଜିବା ଭଳି ଶବ୍ଦ ଭଳି ଲକ୍ଷଣ ପ୍ରକାଶ ପାଉଛି। ଏହି ରୋଗରେ ଯେ ଆକ୍ରାନ୍ତ ହେଉଛି ସେମାନଙ୍କୁ ନିମୋନିଆ ହେବା ସହ ରିପୋର୍ଟରେ ଫୁସଫୁସ ଧଳା ଦେଖାଯାଉଛି। ରୋଗୀର ରୋଗପ୍ରତିରୋଧକ ଶକ୍ତି କମିଯାଉଛି। ୫ ବର୍ଷର କମ୍ ପିଲା ବେଶି ଆକ୍ରାନ୍ତ ହେଉଛନ୍ତି। ଏହାର ଏଯାଏଁ କୌଣସି ଟିକା ତିଆରି ହୋଇନି। ଚୀନର ଜାତୀୟ ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କୁ ଚିହ୍ନଟ ଓ ନମୂନା ପରୀକ୍ଷା ପାଇଁ ପ୍ରଟୋକଲ୍ ଘୋଷଣା କରିଛନ୍ତି। ଏଥିରୁ ବର୍ତ୍ତିବା ଲାଗି ହାତକୁ ବାରମ୍ୱାର ସଫା କରିବା ସହ ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ସୂଚନା ଯୋଗ୍ୟ ଯେ, ୨୦୧୯ ଡିସେମ୍ବରରେ ଚୀନ୍ ଉହାନରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। china fluechina viruscorona virushmpvIndia Share FacebookTwitterGoogle+ReddItWhatsAppPinterestEmail