World Bicycle Day 2024 : ସାଇକେଲ ଚଲାଇବାର ମହତ୍ତ୍ୱ, ଇତିହାସ ଏବଂ ଉପକାରିତା ବିଷୟରେ ଜାଣନ୍ତୁ…

ତିତିଲି ଡେସ୍କ : ସମଗ୍ର ବିଶ୍ୱ ଆଜି ସାଇକେଲ ଦିବସ ପାଳନ କରୁଛି। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ସାଇକେଲ ଚଳାଇବାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା। ବିଶ୍ୱ ସାଇକେଲ ଦିବସ ପ୍ରତିବର୍ଷ ଜୁନ୍ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଲୋକଙ୍କୁ ସାଇକେଲର ମହତ୍ତ୍ୱ ବିଷୟରେ ଅବଗତ କରାଇବା ପାଇଁ UNO ଆନୁଷ୍ଠାନିକ ଭାବେ ୨୦୧୮ ରୁ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା । ବିଶ୍ୱ ସାଇକେଲ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉନ୍ନତ ମାନସିକ, ଶାରୀରିକ ସୁସ୍ଥତା ପାଇଁ ଲୋକଙ୍କୁ ସାଇକେଲ ବ୍ୟବହାର କରିବାକୁ ଉତ୍ସାହିତ କରିବା ଯାହାଦ୍ୱାରା ବିଶ୍ବର ସଂସ୍କୃତିରେ ନିରନ୍ତର ବିକାଶ, ସ୍ୱାସ୍ଥ୍ୟ, ରୋଗ ନିରାକରଣ ଏବଂ ପରସ୍ପର ପ୍ରତି ସମ୍ମାନ ବୃଦ୍ଧି ହେବ। ଏହାକୁ ନେଇ ଯୁବପୀଢୀଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। କିଛି ଜଣ ସାଇକେଲରେ ଦେଶ ଭ୍ରମଣ କରି ସମାଜକୁ ସଚେତନ ବର୍ତ୍ତା ଦେଉଥିବାବେଳେ ଅନ୍ୟ କେତେକ ସାଇକେଲିଂ କରି ପୁରା ବିଶ୍ବ ଭ୍ରମଣ କରୁଛନ୍ତି।

Latest and Breaking News on NDTV

ବିଶ୍ୱ ସାଇକେଲ ଦିବସର ଇତିହାସ

୧୯୯୦ ପର୍ଯ୍ୟନ୍ତ ସାଇକେଲ ବହୁତ ଲୋକପ୍ରିୟ ଥିଲା, କିନ୍ତୁ ଦୁଇ ଚକିଆ ଯାନ ଉପଲବ୍ଧ ହେତୁ ସାଇକେଲର ବ୍ୟବହାର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଲା। ଏଭଳି ପରିସ୍ଥିତିରେ ଜଣେ ଆମେରିକୀୟ ପ୍ରଫେସର ବିଶ୍ୱ ସାଇକେଲ ଦିବସ ପାଳନ କରିବାର ସଂକଳ୍ପ ନେଇ ଲୋକଙ୍କୁ ସାଇକେଲ ବିଷୟରେ ସଚେତନ କରାଇଥିଲେ। ଆମେରିକାର ମଣ୍ଟଗୋମେରୀ କଲେଜର ପ୍ରଫେସର ଲେସେକ ସିବିଲ୍ସ ଏକ ଆବେଦନ କରି ବିଶ୍ୱ ସାଇକେଲ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। UNO ର ସାଧାରଣ ସଭା ଏହାକୁ ସ୍ୱୀକୃତି ଦେଲା ଏବଂ  ୨୦୧୮ ରେ ଜୁନ୍ ୩ ରେ ପ୍ରଥମ ଥର ପାଇଁ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଇଥିଲା।

World Bicycle Day 2024: कोलेस्ट्रॉल से लेकर वजन तक कम करती है साइकिलिंग,  मिलते हैं ये

ସାଇକେଲ ଚଳାଇବାର ସ୍ୱାସ୍ଥ୍ୟଗତ ଉପକାରିତା

ହାଟ୍ ସୁସ୍ଥ ରହିବ- ସାଇକେଲ ଚଲାଇବା ହେଉଛି ଏକ ଉତ୍ତମ ବ୍ୟାୟାମ। ଯାହା ହୃଦୟ ଏବଂ ଫୁସଫୁସକୁ ମଜବୁତ କରିଥାଏ ଏବଂ ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ ।

ଓଜନ ହ୍ରାସ- ଆପଣ ଓଜନ ହ୍ରାସ କରିବା ପାଇଁ ସାଇକେଲ ଅଭ୍ୟାସ କରିପାରିବେ। କ୍ୟାଲୋରୀ ବର୍ଣ୍ଣ ପାଇଁ ସାଇକେଲ ଚଲାଇବା ଏକ ଭଲ ଉପାୟ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ମାନସିକ ଚିନ୍ତା- ସାଇକ୍ଲିଂ ଏଣ୍ଡୋରଫିନ୍ ନାମକ ଏକ ହରମୋନ୍ ମୁକ୍ତ କରିଥାଏ, ଯାହା ଷ୍ଟ୍ରେସ୍ ଏବଂ ମାନସିକ ଚିନ୍ତା ହ୍ରାସ ହୋଇଥାଏ ।

ବାୟୁ ପ୍ରଦୂଷଣ- ସାଇକେଲ ଚଳାଇବା ଦ୍ବାରା ଗାଡି ବ୍ୟବହାରକୁ କମ୍ ହୋଇଥାଏ, ଯାହା ଦ୍ବାରା ବାୟୁ ପ୍ରଦୂଷଣକୁ ହ୍ରାସ ହୋଇଥାଏ ।

ହଜମ- ସାଇକେଲ ଚଳାଇ ନିଜ ହଜମ ପ୍ରକ୍ରିୟାରେ ଉନ୍ନତି କରିପାରିବେ । ଯେଉଁ କାରଣରୁ ମେଟାବୋଲିଜିମ୍ ମଧ୍ୟ ଉନ୍ନତି ହେବ ଏବଂ ଆପଣ ଅନେକ ସମସ୍ୟାରୁ ଦୂରରେ ରହିପାରିବେ ।

ଖର୍ଚ୍ଚ- ସାଇକେଲ ଚଲାଇବା ଦ୍ବାରା ଇନ୍ଧନ ଏବଂ ପରିବହନ ଖର୍ଚ୍ଚ ସଞ୍ଚୟ କରିପାରିବେ। ସାଇକେଲ ଚଲାଇବା ଆପଣଙ୍କ ପକେଟ ଉପରେ ମଧ୍ୟ ସୁପ୍ରଭାବ ପକାଇପାରେ ।