ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ। ଜୁନ ୬ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପରେ ଅବସର ନେବେ ଛେତ୍ରୀ। ଏନେଇ ସେ ଆଜି ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି। ସୁନୀଲ ଛେତ୍ରୀ ବର୍ତ୍ତମାନ ଭାରତୀୟ ଫୁଟବଲ ଟିମର ଅଧିନାୟକ ଅଛନ୍ତି। ସେ ଭାରତ ପାଇଁ ୧୫୦ଟି ମ୍ୟାଚ୍ ଖେଳିଛନ୍ତି। ଦୀର୍ଘ ୨୦ ବର୍ଷର କ୍ୟାରିୟର ମଧ୍ୟରେ ୯୪ ଗୋଲ ସ୍କୋର ସହ ଅନେକ କୀର୍ତ୍ତି ହାସଲ କରିଛନ୍ତି ଛେତ୍ରୀ।