ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର, ଜିତିବା ପାଇଁ ଶେଷ ଦିନରେ ସବୁ ଜୋର ଲଗାଇବେ ପ୍ରାର୍ଥୀ
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଆଉ ଶୁଭିବନି ପ୍ରଚାରର ସେହି କୋଳାହଳ । ସଂଧ୍ୟା ୫ଟାରେ ଶେଷ ହେବ ନିର୍ବାଚନ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଜି ଗୋଟିଏ ଦିନ ଜୋରଦାର ପ୍ରୟାସ କରିବେ ବିଭିନ୍ନ ଦଳ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ ୪ ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଚାରି ଲୋକସଭା ଆସନ ହେଉଛି ବ୍ରହ୍ମପୁର, କୋରାପୁଟ ( ଏସଟି ), ନବରଙ୍ଗପୁର (ଏସଟି ) ଓ କଳାହାଣ୍ଡି। ଯେଉଁସବୁ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡିବ, ସେସବୁ ଆସନ ହେଲା – ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ । ଚାରି ଲୋକସଭା ଆସନରେ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।