ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା RWSS ସହକାରୀ ନିର୍ବାହୀ ଯନ୍ତ୍ରୀ। ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା RWSSର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ରବୀନ୍ଦ୍ର ପାତ୍ର। ଝାରସୁଗୁଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି । ଜଣେ ଠିକାଦାରଙ୍କଠାରୁ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ବିଲ୍ ପାସ କରାଇ ଦେବା ପାଇଁ ୫୦ ହଜାର ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡ଼ି ବସିଥିଲା ରାଉରକେଲା ଭିଜିଲାନ୍ସ ବିଭାଗ । ପରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏହି ଚଢଉ ହୋଇଛି।