ବିଶ୍ବର ଏସବୁ ଧର୍ମପୀଠରେ ନାରୀମାନଙ୍କ ପ୍ରବେଶ ନେଇ କଟକଣା ରହିଛି

କେରଳସ୍ଥିତ ସାବରିମାଲାର ଭଗବାନ ଆୟାପ୍ପା ମନ୍ଦିର ଗତ କିଛି ବର୍ଷ ଧରି ଚର୍ଚ୍ଚାରେ ରହିଆସିଛି ।  କଥା ହେଉଛି ସାବରିମାଲାରେ ୧୦ ବର୍ଷରୁ ଅଧିକ ଓ ୫୦ ବର୍ଷରୁ କମ ବୟସର ମହିଳାଙ୍କ ପ୍ରବେଶ ମାମଲା । ଦୁଇବର୍ଷ ପୂର୍ବେ ମାନ୍ୟବର ସୁପ୍ରିମକୋର୍ଟ ଏହି ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ଅଧିକାର ରହିଛି ବୋଲି ରାୟ ଦେବା ପରେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ  ପ୍ରବଳ ବିରୋଧ କରୁଛନ୍ତି । କୋର୍ଟଙ୍କ ଆଦେଶ ପରେ ଏପର୍ଯ୍ୟନ୍ତ ମାତ୍ର କିଛି ମହିଳା ମନ୍ଦିର ଭିତରେ ପ୍ରବେଶ କରିବାକୁ ସକ୍ଷମ ହୋଇପାରିଛନ୍ତି । କିନ୍ତୁ ଏବେବି ମହିଳାଙ୍କ ପ୍ରବେଶ ନେଇ ଲୋକଙ୍କ ବିରୋଧ ଜାରି ରହିଛି ।

ଆମେ ଭାରତର ସାବରିମାଲା ପରି ବିଶ୍ବର ଆଉ କେତୋଟି ଧର୍ମପୀଠ ରହିଛି ଯେଉଁଠାକୁ ନାରୀମାନଙ୍କ ପ୍ରବେଶ ମନା । ସେଗୁଡିକ ମଧ୍ୟରେ ରହିଛି ଜାପାନର ମାଉଣ୍ଟ ଓମାଇନ । ଏହା ବୌଦ୍ଧଧର୍ମର ସୁଗେନଣ୍ଡୋ ମତାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଧର୍ମପୀଠ । ଏଠାକୁ ବୌଦ୍ଧ ସନ୍ୟାସୀ ମାନେ କଠୋର ବ୍ରହ୍ମଚର୍ଯ୍ୟ ପାଳନ ସହ ଧ୍ୟାନସାଧନା କରିବା ପାଇଁ ଆଶ୍ରମରେ ରହନ୍ତି । ଏହି ପର୍ବତକୁ ନାରୀମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । ମାସିକ ଧର୍ମପାଳନ କରୁଥିବା ନାରୀମାନେ ଅପବିତ୍ର ବୋଲି ଆମ ଦେଶ ପରି ଜାପାନରେ ମଧ୍ୟ ବିଶ୍ୱାସ କରାଯାଏ । ଏଣୁ ସେଠାରୁ ନାରୀମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । ପୁଣି ନାରୀମାନେ ଗଲେ ସନ୍ୟାସୀଙ୍କ ବ୍ରହ୍ମଚର୍ଯ୍ୟସାଧନାରେ ବିଘ୍ନ ଘଟିବା ଆଶଙ୍କା ଥିବାରୁ ନାରୀମାନଙ୍କ ପ୍ରବେଶ କଟକଣା ରହିଛି । ଏହାକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଭାସ୍କର୍ଯ୍ୟ ମାନ୍ୟତା ଦିଆଯାଇଛି ।

women are prohibited to enter in mount omine temple of japan for ...
ମାଉଣ୍ଟ ଓମାଇନ

ସେହିପରି  ଆଉ ଏକ ପର୍ବତ ହେଲା ଗ୍ରୀସର ମାଉଣ୍ଟଣ୍ଟ ଏଥୋସ । ଏହି ପର୍ବତ ରକ୍ଷଣଶୀଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ । ସମଗ୍ର ୟୁରୋପରୁ ରକ୍ଷଣଶୀଳ ଖ୍ରୀଷ୍ଟିଆନମାନେ ସଂସାରିକ ଜୀବନରୁ ଦୂରେଇ ଏଠାରେ ଥିବା ମଠମାନଙ୍କରେ ରହନ୍ତି । ଗତ ଶହ ଶହ ବର୍ଷ ଧରି ଏହି ପର୍ବତକୁ ନାରୀମାନଙ୍କ ପ୍ରବେଶ ନେଇ କଟକଣା ରହିଛି ।  ନାରୀମାନେ ଗଲେ ଖ୍ରୀଷ୍ଟିଆନ ସନ୍ୟାସୀଙ୍କ ବ୍ରହ୍ମଚର୍ଯ୍ୟସାଧନାରେ ବିଘ୍ନ ଘଟିବା ଓ ସେମାନଙ୍କ ଆଧ୍ୟାତ୍ମକ ଲକ୍ଷ୍ୟରୁ ବିଚ୍ୟୁତ ହେବାର ଆଶଙ୍କା ଥିବାରୁ ନାରୀମାନଙ୍କ ପ୍ରବେଶ କଟକଣା ରହିଛି ।