ରାତିରେ ବ୍ରା ଖୋଲି ଶୋଇବାକୁ କାହିଁକି ପରାମର୍ଶ ଦିଆଯାଏ, Side- Effects ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

ମହିଳାମାନଙ୍କର ଆବଶ୍ୟକୀୟ ପୋଷାକ ମଧ୍ୟରୁ ବ୍ରା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ନାରୀର ସୌନ୍ଦର୍ଯ୍ୟପୂର୍ଣ୍ଣ ଶରୀର ଗଠନ ପାଇଁ ବ୍ରା ର ଆବଶ୍ୟକୀୟତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଜ୍ଞାନର ଅଭାବ ଯୋଗୁଁ କେତେକ ମହିଳା ବା ଯୁବତୀ ଏହାର ସଠିକ୍ ବ୍ୟବହାର କରିପାରନ୍ତି ନାହିଁ। ଯାହା ଫଳରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରନ୍ତି। ସେହିପରି ଶୋଇବା ସମୟରେ ଏହାକୁ ପରିଧାନ ନ କରିବାକୁ କେତେକ ପରାମର୍ଶ ଦିଅନ୍ତି। କିନ୍ତୁ ଏହା ଠିକ୍ କିମ୍ବା ଭୁଲ ତାହାକୁ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ରହିଥାଏ। ଏହି ପରାମର୍ଶକୁ କିଛି ଯୁବତୀ ଓ ମହିଳା ଗ୍ରହଣ କରୁଥିବାବେଳେ ଅନ୍ୟ କେତେକ ଏହାକୁ ପ୍ରତ୍ୟାଖାନ କରନ୍ତି।

ଏହି ବିଷୟ ଉପରେ ଅନେକ ମହିଳାଙ୍କର ଭିନ୍ନ ଯୁକ୍ତି ରହିଛି। କିଛି ମହିଳା ବ୍ରା ପିନ୍ଧି ଶୋଇବାକୁ ପସନ୍ଦ କରନ୍ତି। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ଭଲ ଅଭ୍ୟାସ ନୁହେଁ। ବ୍ରା ପିନ୍ଧି ଶୋଇବା ଦ୍ୱାରା ଚର୍ମକୁ ମୁକ୍ତ ଭାବରେ ଅକ୍ସିଜେନ୍ ପହଞ୍ଚିବାରେ ବାଧା ସୃଷ୍ଟି ହୁଏ। ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଶରୀରର ଉତ୍ତମ ଆରାମ ମିଳୁ, ତେବେ ବ୍ରା ନ ପିନ୍ଧିବା ଭଲ। ଏହା ବ୍ୟତୀତ ବ୍ରା ପିନ୍ଧି ଶୋଇବା ଦ୍ବାରା ସ୍ତନ କୁଣ୍ଡେଇ ହେବା ଏବଂ ଫୁଲିଯିବା ଭଳି ସମସ୍ୟା ମଧ୍ୟ ହୋଇପାରେ। ତେଣୁ ଏବେ ଆସନ୍ତୁ ଆଲୋଚନା କରିବା ଯଦି ଆପଣ ରାତିରେ ବ୍ରା ପିନ୍ଧି ଶୋଇଲେ କେଉଁ ଗୁରୁତର ରୋଗ ହୋଇପାରେ …

shocking side effects of wearing bra at night can cause you serious health problems fungal infection blood circulation is affected - रात को सोते समय क्यों नहीं पहननी चाहिए Bra? एक्सपर्ट से जानें क्या होते हैं साइड इफेक्ट, फिटनेस न्यूज

ସ୍ତନ କର୍କଟ ହେବାର ଆଶଙ୍କା

ରାତିରେ ବ୍ରା ପିନ୍ଧି ଶୋଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ବଢିଥାଏ। ଯଦିଓ ଏହାର କୌଣସି ସଠିକ୍ ପ୍ରମାଣ ନାହିଁ, ତଥାପି ମହିଳାମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍। ଏହା ବ୍ୟତୀତ ସ୍ତନ ଆକାରଠାରୁ ବଡ କିମ୍ବା ଛୋଟ ବ୍ରା ପିନ୍ଧିବା ଏହି ସମସ୍ୟାର କାରଣ ହୋଇପାରେ।

Bra से जुड़ी कॉमन गलतियां आपको दे सकतीं है Breast Cancer, जानिए गौर करने वाली बातें - common mistakes related to bra can give you breast cancer-mobile

ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ

ରାତିରେ ବ୍ରା ପିନ୍ଧି ଶୋଇବା ଦ୍ବାରା ସ୍ତନ ଚାରିପାଖରେ ହେଉଥିବା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ। ଏହା ସହ ସ୍ତନ ଚାରିପାଖରେ ଥିବା ମାଂସପେଶୀଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ, ଯେଉଁଥିପାଇଁ ଆପଣଙ୍କୁ ଶୋଇବାରେ ଅସୁବିଧା ହୋଇପାରେ। ତେଣୁ ଯଦି ତୁମେ ଭଲ ନିଦ ନେବାକୁ ଚାହୁଁଛ, ତେବେ ରାତିରେ ବ୍ରା ବାହାର କରି ଶୋଇବା ଭଲ।

PunjabKesari

ଫଙ୍ଗଲ୍ ଇମ୍ପେକ୍ସନ୍

ସବୁବେଳେ ବ୍ରା ପିନ୍ଧି ରହିବା ଦ୍ବାରା ସ୍ତନରେ ପବନ ବାଜେ ନାହିଁ ବା ଶରୀରରେ ସଠିକ୍ ବାୟୁ ଚଳାଚଳ ହୁଏ ନାହିଁ। ଯାହା ଦ୍ବାରା ସେହି ସ୍ଥାନଟି ଝାଳ ବା ପାଣିରେ ଓଦା ରହିଥାଏ। ଫଳରେ କୁଣ୍ଡେଇ ହେବାର ସମ୍ଭାବନା ରହିଥାଏ। ଅନେକ ମହିଳା ବ୍ରା ସ୍ଥାନରେ କୁଣ୍ଡେଇ ହେବା ଅଭିଯୋଗ କରନ୍ତି। ଏହା ସମସ୍ୟାକୁ ଏଡାଇବା ପାଇଁ ଆପଣ ବ୍ରା ପିନ୍ଧିବା ପୂର୍ବରୁ ଆପଣଙ୍କ ସ୍ତନ ଉପରେ ପାଉଡର ଭଲ ଭାବରେ ଲଗାଇବା ଉଚିତ୍।

PunjabKesari

ସୂଚନା – ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କୁ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ, ତେବେ ଆପଣଙ୍କ ବ୍ରା କୁ ଡେଟୋଲ୍ କିମ୍ବା ଅନ୍ୟ କୌଣସି ସଲ୍ୟୁସନରେ ଧୋଇ ଟାଣ ଖରାରେ ଶୁଖାଇ ପିନ୍ଧିବେ। ଓଦା ବ୍ରା ପିନ୍ଧିବା ଆଦୌଂ ଉଚିତ୍ ନୁହେଁ।  ଏହା ସହ ସବୁବେଳେ ସ୍ତନର ଆକାର ଅନୁଯାୟୀ ବ୍ରା ପିନ୍ଧିବା ଉଚିତ୍ । ଏହା ବ୍ୟତୀତ ରାତିରେ ବ୍ରା ପିନ୍ଧି ଶୋଇବା ଠାରୁ ଦୂରେଇ ରୁହନ୍ତୁ।