ଶାରୀରିକ ସମ୍ପର୍କରେ ଯନ୍ତ୍ରଣା ଅନୁଭବ ହେବାର କାରଣ, ହୋଇପାରେ ଏହି ରୋଗର ଲକ୍ଷଣ

ଶାରୀରିକ ସମ୍ପର୍କ ସମୟରେ ଯନ୍ତ୍ରଣା ଅନୁଭବ ହେବା ସାଧାରଣ କଥା। କିନ୍ତୁ ଅତ୍ୟଧିକ ମାତ୍ରାରେ ଏବଂ ସବୁବେଳେ ଯନ୍ତ୍ରଣା ହେବା ତାହା ସ୍ବଭାବିକ ନୁହେଁ। କେହି କେହି ଏବିଷୟରେ ସାଙ୍ଗସାଥୀ, ବଡ଼ ଭଉଣୀ ବା ଭାଉଜମାନଙ୍କ ଠାରୁ ପରାମର୍ଶ ନିଅନ୍ତି ତ ଅନ୍ୟ କେହି ଲଜ୍ଜା ଯୋଗୁଁ ଅନ୍ୟମାନଙ୍କ ସହ ସେୟାର କରନ୍ତି ନାହିଁ। ଏହି ଯନ୍ତ୍ରଣା ସବୁକୁ ସହ୍ୟ କରି ଯାଆନ୍ତି। ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।

ବିଶେଷଜ୍ଞ ଅନୁଯାୟୀ, ଗର୍ଭାଶୟ ମହିଳାଙ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପିଲା ଏଥିରେ ୯ ମାସ ରହିଥାଏ। ପ୍ରସବ ବ୍ୟତୀତ ଗର୍ଭାଶୟରେ ମଧ୍ୟ ଅନେକ ଚାପ ରହିଥାଏ। ଶରୀରର ଏହି ସୂକ୍ଷ୍ମ ଅଂଶରେ ଅନେକ ଥର complications ଦେଖାଦେଇପାରେ। ଏଥିରେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ। ଗର୍ଭାଶୟରେ ସଂକ୍ରମଣ ହେତୁ Pelvic Inflammatory Disease ରେ ଅନେକ ମହିଳା ପୀଡିତ ହୋଇଥାନ୍ତି। କେତେକ କ୍ଷେତ୍ରରେ ଏହି ସଂକ୍ରମଣ ଅତ୍ୟନ୍ତ ଭୟାନକ ମଧ୍ୟ ହୋଇଥାଏ। ତେବେ ଏହି ରୋଗକୁ ଚିହ୍ନିଟ କରିବେ କିପରି ? ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ….

ଶାରୀରିକ ସମ୍ପର୍କ ସମୟରେ ଯନ୍ତ୍ରଣା

ଯଦି ଆପଣଙ୍କର ଗର୍ଭାଶୟରେ ସଂକ୍ରମଣ ହୋଇଛି ତେବେ ଆପଣ ଶାରୀରିକ ସମ୍ପର୍କ ସମୟରେ ଯନ୍ତ୍ରଣା ଅନୁଭବ କରିବେ। ଶାରୀରିକ ସମ୍ପର୍କ ଥିବାବେଳେ ଯଦି ଆପଣ ଅସହଜ ଅନୁଭବ କରନ୍ତି, ତେବେ ନିଶ୍ଚିତ ଭାବରେ ଡାକ୍ତରୀ ପରୀକ୍ଷା କରି ନିଅନ୍ତୁ।

ତଳ ପେଟରେ ଯନ୍ତ୍ରଣା

ଯଦି ଗର୍ଭାଶୟରେ ସଂକ୍ରମଣ ହୁଏ, ତେବେ ଆପଣ ତଳ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଯଦି ଆପଣ କ୍ରମାଗତ ଭାବରେ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହାକୁ ଆଦୌଂ ଅବହେଳା କରନ୍ତୁ ନାହିଁ । ଏପରି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡିବ।

PunjabKesari

ପରିସ୍ରା କରିବା ସମୟରେ ଅସୁବିଧା ଅନୁଭବ ହେବା

ଯଦି ମହିଳାମାନଙ୍କୁ ପରିସ୍ରା କରିବା ସମୟରେ ଅସୁବିଧା ଅନୁଭବ ହୁଏ, ତେବେ ଏହାର କାରଣ ଅନେକ ହୋଇଥାଇପାରେ। କିନ୍ତୁ ଯଦି ପରିସ୍ରା କରିବା ସମୟରେ ସବୁବେଳେ ଯନ୍ତ୍ରଣା କିମ୍ବା ଜଳାପୋଡା ଅନୁଭବ କରନ୍ତି, ତେବେ ତାହା ଗର୍ଭାଶୟ ସଂକ୍ରମଣର ଲକ୍ଷଣ ବୋଲି ବୁଝିଯାଏ।

ଋତୁସ୍ରାବ ସମୟରେ ଯନ୍ତ୍ରଣା

ଋତୁସ୍ରାବ ସମୟରେ ଯନ୍ତ୍ରଣା କିମ୍ବା କଷ୍ଟ ଅନୁଭବ କରିବା ଅତି ସାଧାରଣ। କିନ୍ତୁ ଯଦି ଯନ୍ତ୍ରଣା ଅସହ୍ୟ ହୁଏ, ତେବେ ଏହା ମଧ୍ୟ ଗର୍ଭାଶୟରେ ସଂକ୍ରମଣର ଲକ୍ଷଣ ହୋଇପାରେ। ଯଦି ଗର୍ଭାଶୟରେ ସଂକ୍ରମଣ ଥାଏ, ରକ୍ତ ପ୍ରବାହ ମଧ୍ୟ ଅଧିକ ମାତ୍ରାରେ ହୋଇଥାଏ। ଏହି କାରଣରୁ ଆପଣ ପ୍ରବଳ ଯନ୍ତ୍ରଣା ଅନୁଭବ କରିପାରନ୍ତି।

PunjabKesari

ପ୍ରାଇଭେଟ୍ ପାର୍ଟରୁ ଡିସଚାର୍ଜ

ସର୍ବଦା ପ୍ରାଇଭେଟ୍ ପାର୍ଟରୁ ଡିସଚାର୍ଜ ହେବା ଗର୍ଭାଶୟ ସଂକ୍ରମଣର ପ୍ରମୁଖ କାରଣ ହୋଇପାରେ । ଏହାର ରଙ୍ଗ ସାମାନ୍ୟ ହଳଦିଆ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥାଏ। ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଲକ୍ଷଣକୁ ଅନୁଭବ କରନ୍ତି, ତେବେ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତୁ ନାହିଁ। ତୁରନ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ।