ପ୍ରତିବର୍ଷ ଶୀତ ଆସିବା ମାତ୍ରେ ଆଲମାରୀରୁ ଶୀତ ପୋଷାକ ବାହାର କରାଯାଏ ଏବଂ ଶୀତ ସରିବା ପରେ ପୁଣି ସେଗୁଡିକୁ ସାଇତି ରଖାଯାଏ। ସେଗୁଡିକ ମଧ୍ୟରୁ କେତେଗୁଡିଏ ଭଲ ଥିବାବେଳେ ଅନ୍ୟ କେତେଗୁଡିଏ ପୁରୁଣା ଏବଂ old- fashioned ହୋଇଯାଏ। ଯେଉଁଥିପାଇଁ ସେଗୁଡିକ ବ୍ୟବହାର କରଯାଏ ନାହିଁ । କିନ୍ତୁ ଏହି ସ୍ୱିଟରଗୁଡ଼ିକୁ କ’ଣ କରିବେ ? ଏହାକୁ ଫିଙ୍ଗି ଦେବେ ନା କୌଣସି ଗରିବ ଲୋକ ଦେଖି ଦାନ ଦେଇଦେବେ। ତେବେ ଦାନ କରିବା କିଛି ଭୁଲ କଥା କିନ୍ତୁ ପିଙ୍ଗି ଦେବା ହେଉଛି ଭୁଲ..।
କିଛି ଲୋକ ନିଜ ଠାରୁ କମ୍ ବୟସର ପିଲାଙ୍କୁ ପିନ୍ଧିବା ପାଇଁ ଏହାକୁ ଦେଇ ଦିଅନ୍ତି। କିନ୍ତୁ ବେଳେବେଳେ ଷ୍ଟାଇଲିସ ଓ ଡିଜାଇନର୍ ସ୍ବିଟର କାହାକୁ ଦେବାକୁ ଇଚ୍ଛା ହୁଏନାହିଁ ଏବଂ ଫିଙ୍ଗିବାକୁ ମଧ୍ୟ ମନ ବଳେନାହିଁ। ତେବେ କ’ଣ କରିବେ? ଆଜି ଆମେ ଆପଣଙ୍କୁ ଏଭଳି ଟିପ୍ସ ବତାଇବୁ ଯାହା ଦ୍ବାରା ନିଜର ମନପସନ୍ଦିଆ ସ୍ବେଟର ଅନ୍ୟକୁ ଦେବାକୁ ପଡିବନି କିମ୍ବା ଫିଙ୍ଗିବାକୁ ମଧ୍ୟ ପଡିବନାହିଁ। କେମିତି ଆସନ୍ତୁ ଜାଣିବା..
ତକିଆ କଭର
ପୁରୁଣା ସ୍ବିଟରକୁ ଆପଣ ତକିଆ କଭର ତିଆରି କରିପାରିବେ। ଶୋଇବା ଘର, ସୋଫା କିମ୍ବା ଚେୟାରର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ। ଶୀତଦିନେ ଗୁଡିକ ବହୁତ ସୁନ୍ଦର ଦେଖାଯିବା ସହ ନୂଆ ଫ୍ୟାଶନ୍ ଲୁକ୍ ମଧ୍ୟ ଦେଇଥାଏ।
କପ୍ ୱାର୍ମର
ଶୀତଦିନେ ଗରମ ଗରମ ଚା’ ପିଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି। କିନ୍ତୁ ଅତ୍ୟଧିକ ଶୀତ ଯୋଗୁଁ ତାହା ଶୀଘ୍ର ଥଣ୍ଡା ହୋଇଯାଏ। ଆପଣ ଏକ ପୁରୁଣା ସ୍ବିଟରର ହାତକୁ ଏଥିପାଇଁ ବ୍ୟବହାର କରିପାରିବେ। ସ୍ବିଟର ହାତକୁ କାଟି କପ୍ କଭର୍ ଭାବରେ ବ୍ୟବହାର କରିପାରିବେ। ଯାହା ଦ୍ବାରା ଚା’ ଅଧିକ ସମୟ ଗରମ ରହିବ। ଆକର୍ଷଣୀୟ ଲୁକ୍ ମଧ୍ୟ ଆସିବ।
ଚେୟାର ୱାର୍ମର
ଶୀତଦିନେ ଚେୟାରଗୁଡ଼ିକ ମଧ୍ୟ ଅଧିକ ଥଣ୍ଡା ହୋଇଥାଏ। ଏଥିପାଇଁ ଆପଣ ଏକ ପୁରୁଣା ସ୍ବିଟରକୁ ଚେୟାର ୱାର୍ମର ଭାବରେ ବ୍ୟବହାର କରିପାରିବେ। ଏହା ଦ୍ବାରା ଚେୟାରରେ ଶୀଘ୍ର ଧୂଳି ହେବ ନାହିଁ ଏବଂ ବସିବା ମଧ୍ୟ ଆରାମଦାୟକ ହେବ।
ଫୁଲ କୁଣ୍ଡ
ଭଙ୍ଗା ଏବଂ ରଙ୍ଗ ଛାଡି ଯାଇଥିବା ଫୁଲ କୁଣ୍ଡକୁ ପୁରୁଣା ସ୍ବିଟରରେ କଭର କରିପାରିବେ। ଏହା ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।
ଘର ପୋଛା କପଡା
ଭାରତୀୟ ଘରେ ଘରେ ପୋଛା କପଡା ହେଉଛି ପୁରୁଣା ଡ୍ରେସ୍। ତେଣୁ ଡ୍ରେସ୍ ବା କପଡା ବଦଳରେ ଆପଣ ସ୍ବିଟରକୁ ମଧ୍ୟ ବ୍ୟବହାର କରିପାରିବେ। କିନ୍ତୁ ପତଳା ସ୍ବିଟର ହେଲେ ଭଲ..ମୋଟା ସ୍ବିଟର ଅଧିକ ପାଣି ଶୋଷିବ।
ଡୋର ମେଟ୍
ଶୀତଦିନେ ଘରର ଚଟାଣ ଅତ୍ୟଧିକ ଥଣ୍ଡା ହୋଇଥାଏ। ତେଣୁ ପୁରୁଣା ସ୍ବିଟରକୁ ଡୋରମେଟ୍ ଭାବରେ ବ୍ୟବହାର କଲେ ପାଦକୁ ଶୀତ ପ୍ରକୋପରୁ ଆରମ ମିଳେ।
ହ୍ୟାଣ୍ଡ ବ୍ୟାଗ୍
ପୁରୁଣା ସ୍ବିଟରକୁ ମହିଳାମାନେ ହ୍ୟାଣ୍ଡ ବ୍ୟାଗ୍ ଭାବରେ ବ୍ୟବହାର କରିପାରିବେ। ଏହା ଷ୍ଟାଇଲିସ୍ ଦେଖାଯିବ।