Water Heater Tap : ଗିଜରର ଆବଶ୍ୟକତାକୁ ଦୂର କରିବ ଏହି ୱାଟର ହିଟର ଟ୍ୟାପ୍

ସାରା ଦେଶରେ ଏବେ ଅସମ୍ଭାଳ ଜାଡ ଅନୁଭୂତ ହେଉଛୁ। ଏଭଳି ସ୍ଥିତିରେ ପାଣି ଏତେ ଥଣ୍ଡା ରହୁଛି ଯେ, ଗାଧୋଇବା ଦୂର କଥା ହାତ ମାରି ହେଉନାହିଁ। ଓଡିଶା ବ୍ୟବତୀତ ଅନ୍ୟ ରାଜ୍ୟରେ କଥା ନ କହିବା ଭଲ। ପାଣି ବରଫ ପାଲଟିଗଲାଣି। ସେହିଭଳି ପଶ୍ଚିମ ଓଡିଶାରେ ମଧ୍ୟ ଶୀତର ପ୍ରକୋପ କିଛି କମ୍ ନାହିଁ। ତେବେ ଏଭଳି ଶୀତରେ ଗାଧୋଇବା ଏକ ବଡ ଚିନ୍ତାର ବିଷୟ ପାଲଟିଥିଲେ ମଧ୍ୟ ଏହାର ସମାଧାନର ବାଟ ରହିଛି। କେହି କେହି ଗ୍ୟାସ ବା ଚୁଲିରେ ପାଣି ଗରମ କରି ଗାଧାଉଛନ୍ତି ତ ଅନ୍ୟ କେହି ଗିଜର ବ୍ୟବହାର କରୁଛନ୍ତି। କିନ୍ତୁ ଏସବୁ ମଧ୍ୟ ବେଶୀ ହଇରାଣ ହୁଅନ୍ତି ଗୃହିଣୀମାନେ। ସାରା ଦିନ କିଚେନ୍ ରେ କେତେ ଯେ ପାଣି କାମ କରିବାକୁ ପଡେ। ହାତ ଓ ପାଦ ଯେମିତି କାଲୁଆ ହୋଇଯାଏ। ତେଣୁ ଶୀତ ଋତୁରେ ରୋଷେଇ ଘରେ ଥଣ୍ଡା ପାଣିରେ କାମ କରିବାକୁ କେହି ଚାହାଁନ୍ତି ନାହିଁ । ଯଦି ଆପଣ ରୋଷେଇ ଘରେ ଗରମ ପାଣି ପାଇଁ ଅଲଗା ଗିଜର ଲଗାଇବାକୁ ଚାହୁଁଛନ୍ତି ତେବେ ଟିକେ ରହିଯାଆନ୍ତୁ ଏବଂ ଆମର ଏହି ଆର୍ଟିକଲକୁ ନିଶ୍ଚୟ ପଢନ୍ତୁ।

ଗିଜରର ଆବଶ୍ୟକତାକୁ ଦୂର କରିବ ଏବେ ବଜାରକୁ ଆସିଛି ୱାଟର ହିଟର ଟ୍ୟାପ୍। ରୋଷେଇ ଘର ପାଇଁ ସ୍ୱତନ୍ତ୍ର ଗିଜର କିଣିବା ଏହା କେବଳ ଆପଣଙ୍କ ପକେଟରେ ଉପରେ ନୁହେଁ, ବିଦ୍ୟୁତ୍ ବିଲ ଉପରେ ମଧ୍ୟ ମହଙ୍ଗା ପଡିବ। ଏପରି ପରିସ୍ଥିତିରେ ୱାଟର ହିଟର ଟ୍ୟାପ୍ ଆପଣଙ୍କ ଆବଶ୍ୟକତା ପୂରଣ କରି ପାରିବ। ଏହି ୱାଟର ହିଟର ଟ୍ୟାପଗୁଡିକ ବଜେଟ୍ ରେ ଶସ୍ତା ଏବଂ ଉଚ୍ଚ-ଗୁଣାତ୍ମକ ମଧ୍ୟ, ଯାହା କିଛି ମିନିଟ୍ ମଧ୍ୟରେ ପାଣିକୁ ଗରମ କରି ପାରିବ। ବିଶେଷ କଥା ହେଉଛି ଏହି ହିଟର ଟ୍ୟାପ୍ ବହୁତ କମ୍ ବିଦ୍ୟୁତ୍ ଖର୍ଚ୍ଚ ମଧ୍ୟ କରିଥାଏ।

ଏହାକୁ ଆପଣ ଘରେ ବସି ଅତି ସହଜରେ କିଣି ପାରିବେ। ବିଭିନ୍ନ ଅନଲାଇନ୍ ସପିଂ ସାଇଡରେ ଏହାର ଭିନ୍ନ ଭିନ୍ନ ଦାମ୍ ରହିଛି। ଭିନ୍ନ ଭିନ୍ନ କମ୍ପାନୀର ମଧ୍ୟ ୱାଟର ହିଟର ବଜାରରେ ମିଳୁଛି।

ZSIGNS Instant Electric Water Heater Faucet Tap Hot Tap

ଏହାର ଦାମ୍ ୨୪୯୯ ଟଙ୍କା ରହିଥିବାବେଳେ Amazon ରେ ବର୍ତ୍ତମାନ ଏହା ଉପରେ ୫୩ ପ୍ରତିଶତ ରିହାତି ରହିଛି। ରିହାତି ପରେ ଏହାକୁ ୧୧୭୫ ଟଙ୍କାରେ ଆଣିପାରିବେ। ଏହି ଇଲେକ୍ଟ୍ରିକ୍ ୱାଟର ହିଟର ଟ୍ୟାପ୍ 300W ରହିଥିବା ବେଳେ ତୁରନ୍ତ ପାଣି ଗରମ କରିବାର କ୍ଷମତା ରହିଛି।

NEW’C Water Heater & Tankless Electric Fast Water Heating Tap

ଏହି ଇଲେକ୍ଟ୍ରିକ୍ ଫାଷ୍ଟ ୱାଟର ହିଟିଂ ଟ୍ୟାପର ମୂଲ୍ୟ ଆମାଜନରେ ୩୪୯୯ ଟଙ୍କା ରହିଛି। କିନ୍ତୁ ଏହା ଉପରେ ବର୍ତ୍ତମାନ ୬୬ ପ୍ରତିଶତ ରିହାତି ଚାଲିଥିବାବେଳେ ୧୧୭୪ ଟଙ୍କାରେ କିଣିପାରିବେ। ଏହି ୱାଟର ହିଟର ଟ୍ୟାପ୍ 300W ଶକ୍ତି ବିଶିଷ୍ଟ।

Catron Instant Electric Water Heater Faucet Tap Hot Tap

କ୍ୟାଟ୍ରନ୍ ଇନଷ୍ଟାଣ୍ଟ ଇଲେକ୍ଟ୍ରିକ୍ ୱାଟର ହିଟର ଫ୍ୟାକେଟ୍ ଟ୍ୟାପ୍ ହଟ୍ ଟ୍ୟାପ୍ ମୂଲ୍ୟ ଆମାଜନରେ ୨୯୯୯ ଟଙ୍କା ରହିଛି। ଏହା ଉପରେ ୫୩ ପ୍ରତିଶତ ରିହାତି ରହିଥିବାରୁ ଏହାର ଦାମ୍ ଏବେ ୧୩୯୯ ଟଙ୍କା ପଡିବ। ଏହି ଇଲେକ୍ଟ୍ରିକ୍ ୱାଟର ହିଟର ଟ୍ୟାପ୍ ମଧ୍ୟ 300W। ଏହି ଟ୍ୟାପରେ ଏକ ଏଲଇଡି ଡିସପ୍ଲେ ରହିଛି, ଯାହା ପାଣିର ତାପମାତ୍ରା ବିଷୟରେ ସୂଚନା ଦେବ।