ଆଜି ହେଉଛି ଖ୍ରୀଷ୍ଟମାସ ଡେ ବା ବଡଡଦିନ। ଗତକାଲି ରାତିରୁ ବା ଡିସେମ୍ବର ୨୪ ରାତି ୧୨ଟାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିସାରିଛନ୍ତି। ତେଣୁ ଆଜି ଅର୍ଥାତ୍ ଡିସେମ୍ବର ୨୫କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଉଛି। ବିଶ୍ବାସ ଅନୁଯାୟୀ, ଏହି ଦିନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରିବା ପାଇଁ ସ୍ୱର୍ଗରୁ ଦୂତମାନେ ନିଜେ ଆସି ଆକାଶର ତାରା ସାହାଯ୍ୟରେ Tannenbaum trees କୁ ସଜେଇ ଥିଲେ। ତେଣୁ ଏହି ସ୍ମୃତିକୁ ସତେଜ ରଖିବା ପାଇଁ ଲୋକମାନେ ପ୍ରତିବର୍ଷ ନିଜ ଘରେ ଖ୍ରୀଷ୍ଟମାସ ଟ୍ରି ସଜାନ୍ତି।
ଏହାର ବିଶେଷତ୍ବ ହେଉଛି ଯେ , ଏହି ଟ୍ରି ଘରର ବାସ୍ତୁ ଦୋଷ ଦୂର କରେ। ଯଦି ଆପଣଙ୍କ ଘରେ ଖ୍ରୀଷ୍ଟମାସ ଗଛ ଅଛି ତେବେ ଏହା ସାହାଯ୍ୟ ଘରୁ ଅନେକ ବାସ୍ତୁ ଦୋଷ ଦୂର କରି ପାରିବେ। ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ଖ୍ରୀଷ୍ଟମାସ ଟ୍ରି ଲଗାଇଲେ ଏସବୁ ସୁଫଳ ମିଳିବ…
ନକାରାତ୍ମକତା ଦୂର ହେବ
ବାସ୍ତୁବିଦଙ୍କ ଅନୁଯାୟୀ, ଯଦି ଆପଣଙ୍କ ଘରେ ନକାରାତ୍ମକତା ଥାଏ ତେବେ ଖ୍ରୀଷ୍ଟମାସ ଟ୍ରି ଏହାକୁ ଦୂର କରିବ । ଏହାକୁ ଘରେ ଲଗାଇବାବେଳେ ମନେରଖନ୍ତୁ ଯେ ଖ୍ରୀଷ୍ଟମାସ ଟ୍ରି ଘରର ଦକ୍ଷିଣ ଭାଗରେ ଲଗାଯିବା ଉଚିତ୍ ନୁହେଁ ।
ପରିବାର ମଧ୍ୟରେ ସମ୍ପର୍କରେ ମଧୁରତା ଆସିବ
ଖ୍ରୀଷ୍ଟମାସ ଟ୍ରି ଯେତେ ସୁନ୍ଦର ଦେଖାଯିବ, ଏହା ଘରର ସଦସ୍ୟମାନଙ୍କ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ବାସ୍ତବିଦଙ୍କ ଅନୁଯାୟୀ, ଖ୍ରୀଷ୍ଟମାସ ଗଛ ଶିଶୁ ଏବଂ ବୟସ୍କମାନଙ୍କ ମନରେ ଖୁସୀ ଓ ଉଲ୍ଲାସ ଆଣିଥାଏ। ସେମାନଙ୍କ ମଧ୍ୟରେ ଏକତାର ଭାବନାକୁ ବୃଦ୍ଧି କରାଏ। ଯାହା ଫଳରେ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୁଏ। ପରିବାରର ସମସ୍ତ ସଦସ୍ୟଙ୍କ ମନର ଖୁସୀକୁ ଜୀବନ୍ତ ରଖିବା କାମ କରେ।
ପ୍ରଗତିର ରାସ୍ତା ଖୋଲେ
ଖ୍ରୀଷ୍ଟମାସ ଗଛର ଉପର ଅଂଶ ତ୍ରିକୋଣୀୟ ଏବଂ ଉପରକୁ ଗତି କରୁଥିବାର ଦେଖାଯାଏ। ଯାହା ବହୁତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ ଅନୁଯାୟୀ ଏହି ଟ୍ରି ଜୀବନରେ ପ୍ରଗତିର ରାସ୍ତା ଖୋଲେ। ଆଗକୁ ବଢିବାକୁ ରାସ୍ତା ବତାଇଥାଏ।
ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳେ
ଏମିତିରେ ବିଶ୍ବାସ କରାଯାଏ, ଖ୍ରୀଷ୍ଟମାସ ଟ୍ରିରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ମା ଲକ୍ଷ୍ମୀ ଧନର ଦେବୀ। ଏପରି ପରିସ୍ଥିତିରେ ଯଦି ନିଜ ଘରର ପ୍ରାଙ୍ଗଣରେ ଖ୍ରୀଷ୍ଟମାସ ଟ୍ରି ବା Tannenbaum trees କୁ ଲଗାନ୍ତି, ତେବେ ଧନର କେବେ ଅଭାବ ହେବ ନାହିଁ।
ଘରକୁ ସୁଖ ଆସିଥାଏ
ଖ୍ରୀଷ୍ଟମାସ ଗଛକୁ ରଙ୍ଗୀନ ଆଲୋକ ଏବଂ ଷ୍ଟାରରେ ସଜାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ବାସ ଅନୁଯାୟୀ, ଖ୍ରୀଷ୍ଟମାସ ଗଛରେ ଷ୍ଟାର ଲଗାଇବା ଦ୍ବାରା ଜୀବନରେ ଖୁସୀ ଓ ଉତ୍ସାହ ବଢିଥାଏ। ଏହା ସହ ଟ୍ରିରେ ଖେଳନା ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ଖେଳନାଗୁଡ଼ିକୁ ଘରେ ବା ପିଲାମାନଙ୍କ ମଧ୍ୟରେ ବଣ୍ଟନ କରିବା ସୁଖ ସବୃଦ୍ଧ ବୃଦ୍ଧି ହୋଇଥାଏ।
ଏହି ପର୍ବ ବା ଏହି ଟ୍ରିର ସାଜସଜା କେବଳ ଖ୍ରୀଷ୍ଟିୟାାନଙ୍କ ମଧ୍ୟରେ ସୀମିତ ନାହିଁ, ବର୍ତ୍ତମାନ ସବୁ ସମ୍ପ୍ରଦାୟର ଲୋକମାନେ ଏହାକୁ ଅତି ଉତ୍ସାହର ସହ ପାଳନ କରୁଛନ୍ତି। ଛୁଟିଦିନ ପାଳନ କରୁଛନ୍ତି, ଚର୍ଚ୍ଚ ଭଳି ପବିତ୍ର ସ୍ଥାନକୁ ମଧ୍ୟ ଯାଉଛନ୍ତି। ତେଣୁ ଆପଣମାନେ ଚାହିଁଲେ ସମସ୍ତ ସମ୍ପ୍ରଦାୟର ଲୋକେ ଏହି ଟ୍ରିକୁ ଆଣି ସାଜସଜା କରି ଘରୁ ନକରାତ୍ମ ଦୋଷ ପାଳନ କରି ପାରିବେ।