winter special lips care : ଭେସଲିନ୍ ଓ ଲିପ୍ ବାମ୍ ନୁହେଁ, ଏହି ଘରୋଇ ଉପଚାର ଶୀତଦିନିଆ ଓଠ ଫଟାରୁ ମୁକ୍ତି ଦେବ..!

ଶୀତ ଦିନେ ଯେ କେବଳ ପାଦ ଫାଟେ ତାହା ନୁହେଁ , ଓଠ ମଧ୍ୟ ଫାଟେ । ସୁଲୁ ଲୁଆ ପବନ ପ୍ରବାହିତ ଯୋଗୁଁ ଚର୍ମ ଶୁଖି ଯିବା ସହ ଓଠ ଓ ପାଦ ମଧ୍ୟ ଶୁଷ୍କ ହୋଇଯାଏ । ଯାହା ଫଳରେ ଫାଟିବା ଆରମ୍ଭ ହୁଏ । ତେବେ ଋତୁ ପରିବର୍ତ୍ତନ ସାଙ୍ଗରେ ଚର୍ମର, ଓଠର ଏବଂ ଫଟା ପାଦର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ନଚେତ୍ ଶୁଷ୍କ ବା ଫଟା ଓଠ ସୌନ୍ଦର୍ଯ୍ୟ ନଷ୍ଟ କରିଥାଏ। କେବଳ ସେତିକି ନୁହେଁ, କିଛି ଲୋକ ହସିବାରେ ମଧ୍ୟ ସଙ୍କୋଚ ଅନୁଭବ କରନ୍ତି। କେତେକ ଜଣଙ୍କର ଓଠ ଫାଟି ରକ୍ତ ବାହାରି ଥାଏ, ଯାହା ଦ୍ବାରା ସେମାନେ ସହଜରେ କଥାବାର୍ତ୍ତା ହୋଇ ପାରନ୍ତି ନାହିଁ ।

ତେବେ କିଛି ଲୋକ ଓଠ ଫଟାର ଚିକତ୍ସା ପାଇଁ ବଜାରରୁ ଭେସଲିନ୍ ବା ଲିପ୍ ବାମ୍ କିଣି ଆଣନ୍ତି। କିନ୍ତୁ ଏହା ଦ୍ବାରା ବିଶେଷ ଲାଭ ମିଳି ନଥାଏ। ଏହା ସହ ସେଥିରେ ଥିବା ରାସାୟନିକ ପଦାର୍ଥ ଆଲର୍ଜି କିମ୍ବା କୁଣ୍ଢେଇ ହେବା ଭଳି ସମସ୍ୟା ସୃଷ୍ଟି କରେ। ତେବେ ଏସବୁରୁ ମୁକ୍ତି ପାଇଁ ଆପଣ କିଛି ଘରୋଇ ଇନଗ୍ରିଡିଏନ୍ସ ବ୍ୟବହାର କରିପାରିବେ। ଯାହା ଦ୍ବାରା ଓଠ ଫାଟିବା ସମସ୍ୟା ଦୂର ହେବା ସହ କୌଣସି ପ୍ରକାର ପାର୍ଶ୍ବପ୍ରତିକ୍ରିୟା ହୋଇନଥାଏ।

PunjabKesari

ବାଦାମ ତେଲ : ଶୋଇବା ପୂର୍ବରୁ ପ୍ରତିଦିନ ଓଠରେ ବାଦାମ ତେଲ ଲଗାନ୍ତୁ। ୫ ମିନିଟ୍ ପାଇଁ ଓଠକୁ ହାଲୁକା ଭାବରେ ମସାଜ୍ କରନ୍ତୁ। ବାଦାବ ତେଲ ଶୀତଦିନେ ଆପଣଙ୍କ ଓଠକୁ ଗୋଲାପୀ ଏବଂ ନରମ ରଖିବ।

ନଡିଆ ତେଲ : ଫଟା ଓଠକୁ ନରମ କରିବା ପାଇଁ ନଡିଆ ତେଲ ଏକ ଭଲ ଉପଚାର। ଯେଉଁ ଲୋକମାନେ ଓଠ ଏବଂ ଚର୍ମରେ ନଡିଆ ତେଲ ଲଗାନ୍ତି, ସେମାନଙ୍କ ଓଠ ଶୁଷ୍କ ହୁଏ ନାହିଁ । ଦିନକୁ ୨-୩ ଥର ଓଠରେ ନଡିଆ ତେଲ ଲଗାନ୍ତୁ। ଓଠ ଫାଟିବା ଯନ୍ତ୍ରଣାରୁ ମୁକ୍ତି ମିଳିବ ।

PunjabKesari

ଲହୁଣି : ଆଗ କାଳରେ ଆମ ଜେଜେମା’ଓ ଆଈ ଓଠରେ ଲହୁଣି ଲଗାଉଥିଲେ। ଏହା ବହୁତ ପ୍ରଭାବଶାଳୀ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଲହୁଣି ଲଗାନ୍ତୁ ଏବଂ ମସାଜ୍ କରନ୍ତୁ। ଦେଖିବେ ୨-୩ ଦିନ ପର୍ଯ୍ୟନ୍ତ ନରମ ଓ କୋମଳ ରହିବ।

ମହୁ : ଓଠ ଫଟାରୁ ମୁକ୍ତି ପାଇଁ ଆପଣ ମହୁ ମଧ୍ୟ ବ୍ୟବହାର କରିପାରିବେ। ଏହା ଓଠକୁ କୋମଳ କରିବା ସହ ମୁଲାୟମ କରିଥାଏ।

PunjabKesari

ଫଲୋ କରନ୍ତୁ ଏହି ଟିପ୍ସ

– ଶୀତଦିନେ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ପାଣିରେ ମୁହଁକୁ ବାରମ୍ବାର ଧୁଅନ୍ତୁ ନାହିଁ । ଅତ୍ୟଧିକ ରଙ୍ଗ, ସୁଗନ୍ଧ କିମ୍ବା ଆଲକହଲ୍ ମିଶ୍ରିତ ପ୍ରକଡକ୍ଟ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।

– ଓଠର ଚାରିପାଖ ଚର୍ମକୁ ସଫା ରଖନ୍ତୁ।

– ଓଠକୁ ସଠିକ୍ ଭାବରେ ମସାଜ୍ ଦିଅନ୍ତୁ ଏବଂ ମଶ୍ଚରାଇଜର୍ ବ୍ୟବହାର କରନ୍ତୁ।

– ରାତିରେ ଶୋଇବା ପୂର୍ବରୁ ଓଠରେ ତେଲ ବା ଲହୁଣୀ ଲଗାନ୍ତି। ବଜାରରେ ମିଳୁଥିବା ଲିପ୍ ବାମ୍ ବା ମଶ୍ଚରାଇଜର ବ୍ୟବହାର କରିପାରିବେ।​