ଖ୍ରୀଷ୍ଟମାସ ପର୍ବ ପାଳନ ପାଇଁ ସାରା ବିଶ୍ବ ଉତ୍ସବମୁଖର। ଆଜି ରାତିରେ ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯିଶୁ। ଆଉ ଅଳ୍ପ କିଛି ସମୟର ଅପେକ୍ଷା। ଖ୍ରୀଷ୍ଟିୟାନ ଧର୍ମାଲମ୍ବୀମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ପର୍ବ। କେବଳ ଧର୍ମାଲମ୍ବୀମାନେ କାହିଁକି, ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଧୁମ୍ଧାମ୍ରେ ପାଳନ୍ତି। ଚର୍ଚ୍ଚ ଯିବା ସହ ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ବୁଲିବାକୁ ଯାଆନ୍ତି।

ତେବେ ଖ୍ରୀଷ୍ଟମାସ ପର୍ବରେ ଖ୍ରୀଷ୍ଟମାସ ବୃକ୍ଷର ଏକ ବିଶେଷ ମହତ୍ତ୍ୱ ରହିଛି। ଖ୍ରୀଷ୍ଟମାସ ବୃକ୍ଷକୁ ରଙ୍ଗୀନ ଆଲୋକ ସଜାଇବା ସହ ବିଭିନ୍ନ ଜିନିଷ ଯେମିତି ବେଲ୍, ଘଣ୍ଟି, ଗିପ୍ଟ ବକ୍ସ, ବଲ୍, ଷ୍ଟାର, ବଙ୍କୁଲି ବାଡି, ଛୋଟ ଛୋଟ ସାଣ୍ଟା ଏବଂ ସାଣ୍ଟା ଟୋପି ଆଦିରେ ସଜାଯାଇଥାଏ। ବାସ୍ତୁବିଦ୍ଙ୍କ ଅନୁଯାୟୀ ଖ୍ରୀଷ୍ଟମାସ ବୃକ୍ଷ ଘରୁ ନକାରାତ୍ମକ ଶକ୍ତି ଦୂର କରେ। ଯଦି ଆପଣ ଖ୍ରୀଷ୍ଟମାସ ବୃକ୍ଷରେ ଘର ସଜେଇବାକୁ ଚାହୁଁଛନ୍ତି ତେବେ ଏହି ବାସ୍ତୁ ଟିପ୍ସ ଉପରେ ନିଶ୍ଚୟ ନଜର ପକାନ୍ତୁ…

ବିଶ୍ବାସ କରାଯାଏ, ଖ୍ରୀଷ୍ଟମାସ ବୃକ୍ଷ ଘରର ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏକତା ବୃଦ୍ଧି କରାଇଥାଏ ଏବଂ ଘରେ କଳିଝଗଡା ସୃଷ୍ଟି ହେବାକୁ ଦିଏ ନାହିଁ। ଏହା ବ୍ୟତୀତ ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ସ୍ନେହ, ଶ୍ରଦ୍ଧା ଏବଂ ପ୍ରେମ ଭଲପାିବା ବୃଦ୍ଧି କରେ।

ବୃକ୍ଷ ରଖିବା ଦିଗ
ବାସ୍ତୁଶାସ୍ତ୍ର ଅନୁଯାୟୀ ଖ୍ରୀଷ୍ଟମାସ ବୃକ୍ଷକୁ ଉତ୍ତର ପୂର୍ବ ଦିଗରେ ରଖାଯାଇପାରିବ। ଏହା ଘରୁ ନକାରାତ୍ମକତାକୁ ଦୂର କରିବାରେ ଏବଂ ଟଙ୍କା ବୃଦ୍ଧି କରିବାରେ ସାହାଯ୍ୟ କରିବ। କିନ୍ତୁ ଘରେ ଲଗାଯାଇଥିବା ଖ୍ରୀଷ୍ଟମାସ ବୃକ୍ଷର ଏକ ତ୍ରିକୋଣୀୟ ଆକୃତି ରହିବା ଶୁଭ ବୋଲି ବିବେଚନା କରାଯାଏ। ତ୍ରିରଙ୍ଗା ଆକୃତି ବାସ୍ତୁଶାସ୍ତ୍ରରେ ଅଗ୍ନିର ପ୍ରତୀକ ଭାବରେ ବିବେଚନା କରାଯାଏ।

ମହମବତୀ ଜାଳନ୍ତୁ
ଖ୍ରୀଷ୍ଟମାସ ବୃକ୍ଷ ନିକଟରେ ଏକ ମହମବତୀ ଜଳାଇବା ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ସକରାତ୍ମକ ଶକ୍ତି ଆଣିଥାଏ। ଏହା ବ୍ୟତୀତ ରଙ୍ଗୀନ ମହମବତୀ ଘରେ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଆପଣ ଖ୍ରୀଷ୍ଟମାସ ଗଛକୁ ଆଲୋକ ଏବଂ ଚିକିମିକିଆ ଫିତା ସହିତ ସଜାଇ ପାରିବେ |

ଘଣ୍ଟି ବଜାଇବା ଶୁଭ
ଫେଙ୍ଗ୍ଶୁଇ ଅନୁଯାୟୀ, ଘଣ୍ଟିର ଶବ୍ଦ ଅତ୍ୟନ୍ତ ସକରାତ୍ମକ। ଏଥିରୁ ବାହାରୁଥିବା ଶବ୍ଦ ଘରକୁ ନୂତନ ଉର୍ଜ ବା ଶକ୍ତି ଆଣିଥାଏ। ବିଶ୍ବାସ କରାଯାଏ ଯେ, ଯଦି ତୁମେ ତିନୋଟି ମୁଦ୍ରାକୁ ଲାଲ୍ ରିବନରେ ବାନ୍ଧି ଖ୍ରୀଷ୍ଟମାସ ଗଛରେ ଟାଙ୍ଗିଦିଅ, ତେବେ ଘରେ କେବେ ଟଙ୍କା ଅଭାବ ହେବ ନାହିଁ ।

ଏହି ଦିଗରେ ଲଗାଇବେ ନାହିଁ ଖ୍ରୀଷ୍ଟମାସ ବୃକ୍ଷ
ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ ଦିଗରେ ଖ୍ରୀଷ୍ଟମାସ ବୃକ୍ଷ କେବେବି ଲଗାଯିବା ଉଚିତ ନୁହେଁ। ଏହି ଦିଗରେ ବୃକ୍ଷ ରଖିବା ଦ୍ବାରା ଆପଣ କ୍ଷତି ହୋଇପାରେ।
