କରୱା ଚୌଥରେ ଗର୍ଭବତୀ ମହିଳାଙ୍କ ପାଇଁ ଟିପ୍ସ

ଭାରତୀୟ ସଂସ୍କୃତିରେ କରୱା ଚୌଥ ଏଭଳି ଏକ ବ୍ରତ ଯେଉଁଥିରେ ପାଣି ପିଇବା ପାଇଁ ମଧ୍ୟ ଅନୁମତି ନଥାଏ। ଏହି ବ୍ରତ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ରଖାଯାଏ। ଯଦିଓ ଏହି ବ୍ରତ ଓଡିଆମାନେ ପାଳନ କରନ୍ତି ନାହିଁ, ଓଡିଶାକୁ ଛାଡି ପ୍ରାୟତଃ ଅନ୍ୟ ରାଜ୍ୟବାସୀମାନେ ଏହି ବ୍ରତ କରନ୍ତି। ଓଡିଶାରେ ମଧ୍ୟ ଅଣଓଡିଆମାନେ ଏହି ବ୍ରତ ପାଳନ କରନ୍ତି। ଅଧିକାଂଶ ଲୋକ ବିଶ୍ବାସ କରନ୍ତି ଯେ କରୱା ଚୌଥ ବ୍ରତ ଅଧାରୁ ଭାଙ୍ଗିବା ଠିକ୍ ନୁହେଁ। ତେଣୁ ଗର୍ଭବତୀ ମହିଳା ଏହି ବ୍ରତ ରଖିବା ଉଚିତ କି ନୁହେଁ, ଦ୍ୱନ୍ଦ୍ୱରେ ପକାଇଥାଏ। ଯଦି ଆପଣ ଉପବାସ କରିବାକୁ ଚାହାଁନ୍ତି, ତେବେ ଏଠାରେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଅଛି ଯାହାକୁ ଆପଣ ଗର୍ଭାବସ୍ଥାରେ ଅନୁସରଣ କରିପାରିବେ।

ଡାକ୍ତରଙ୍କ ପରାମର୍ଶ  

ଉପବାସ ପୂର୍ବରୁ ନିଶ୍ଚିତ ଭାବରେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ, ତେବେ ଆପଣ ଉପବାସ କରିବା ଉଚିତ୍ ନୁହେଁ। ଦିନସାରା ଉପବାସ ରହିବା ଦ୍ବାରା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ।

ଦିନସାରା ଭୋକିଲା ରୁହନ୍ତୁ ନାହିଁ

ଯଦି ଆପଣ ଉପବାସ ରଖିବା ପାଇଁ ମନସ୍ଥ କରିଛନ୍ତି, ତେବେ ଆପଣ ଦିନସାରା ଭୋକିଲା ନ ରହି ଫଳ ଖାଇପାରିବେ। ଏହା ସହିତ ଆପଣ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ | ମନେରଖନ୍ତୁ ଯେ ଆପଣ ଲୁଣ ମିଶାଇ ଫଳ ଖାଇବେ ନାହିଁ । ଗର୍ଭାବସ୍ଥାରେ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ, କିଛି ସମୟ ବ୍ୟବଧାନରେ କ୍ଷୀର ଏବଂ ଫଳ ଖାଇପାରିବେ।

ପ୍ରଚୁର ବିଶ୍ରାମ ନିଅନ୍ତୁ

ଯଦି ଆପଣ ଉପବାସ କରୁଛନ୍ତି, ତେବେ ଦିନସାରା ବିଶ୍ରାମ ନିଅନ୍ତୁ। ସକାଳର ସର୍ଗିରେ ଖାଇବା ପରେ, ସର୍ବାଧିକ ସମୟ ବିଶ୍ରାମ କରନ୍ତୁ। କେବଳ ସନ୍ଧ୍ୟାର ପୂଜା ସମୟରେ ପ୍ରସ୍ତୁତ ହୋଇ ପୂଜା କରନ୍ତୁ।

ଚା / କଫି ଠାରୁ ଦୂରରେ ରୁହନ୍ତୁ

କରୱା ଚୌଥର ସକାଳର ସରଗିରେ ପେଟ ପୁରା ଖାଆନ୍ତୁ। ସରଗିରେ ଏପରି ଜିନିଷ ଖାଆନ୍ତୁ ଯାହା ଆପଣଙ୍କୁ ଦିନସାରା ଶକ୍ତି ଦେବ | ଆଦୌ ଚା କିମ୍ବା କଫି ପିଅନ୍ତୁ ନାହିଁ । ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ଗ୍ୟାସ ସମସ୍ୟା ହୋଇପାରେ। ଆପଣ କ୍ଷୀର ପିଇପାରିବେ |

ଏହି କିଛି ଜିନିଷକୁ ଧ୍ୟାନରେ ରଖି ଆପଣ ଗର୍ଭାବସ୍ଥାରେ କରୱା ଚୌଥ ଉପବାସ ସହଜରେ ରଖିପାରିବେ |