ଭାରତର ପ୍ରଥମ ଶିକ୍ଷୟିତ୍ରୀ :  କାହାଣୀ, ଯାହା ହୃଦୟସ୍ପର୍ଶୀ

ଶିକ୍ଷା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। ସମାଜରେ ବିକାଶ ଏବଂ ସଚେତନତା ପାଇଁ ଶିକ୍ଷା ହେଉଛି ଏକମାତ୍ର ଚାବି । ତେବେ ଶିକ୍ଷାଲାଭ ପାଇଁ ଆମକୁ ଶିକ୍ଷକ,  ଶିକ୍ଷୟିତ୍ରୀ ବା ଗୁରୁଙ୍କ ଆବଶ୍ୟକ ପଡେ। ତାହା କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ବର୍ଷ ବର୍ଷ , ସାରା ଜୀବନ। ଯେଭଳି ବର୍ଷର ଗୋଟିଏ ଗୋଟିଏ ଦିନରେ ଆମେ ବିଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରୁ ଠିକ୍ ସେହିଭଳି ଗୁରୁ ଦେବତୂଲ୍ୟ ହୋଇଥିବାରୁ ବର୍ଷର ଗୋଟିଏ ଗୁରୁଙ୍କୁ ମଧ୍ୟ ପୂଜା କରୁ। ପ୍ରତିବର୍ଷ ୫ ସେପ୍ଟେମ୍ବରରେ ଗୁରୁ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପୂଜାର୍ଚ୍ଚନା କରନ୍ତି।

ଭାରତର ପ୍ରଥମ ଉପରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ବାର୍ଷିକୀ ସେପ୍ଟେମ୍ବର ୫ରେ ଗୁରୁଦିବସ ଭାବେ ପାଳନ କରାଯାଏ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ତୁଳନାତ୍ମକ ନୁହେଁ। ଜୀବନର ୪୦ ବର୍ଷ ସେ ଶିକ୍ଷାଦାନ କ୍ଷେତ୍ରରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶିକ୍ଷାକ୍ଷେତ୍ର ପାଇଁ ବିରାଟ ଅବଦାନ ଥିବା ଜଣେ ମହିଳାଙ୍କ କଥା ମନେ ପଡେ। ସେ ହେଉଛନ୍ତି ସାବିତ୍ରୀବାଇ ଫୁଲେ। ଯିଏକି  ଦେଶର ପ୍ରଥମ ଶିକ୍ଷୟିତ୍ରୀ।

୧୮୩୧ ମସିହା ଜାନୁଆରୀ ୩ରେ ମହାରାଷ୍ଟ୍ରର ଏକ ଦଲିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସାବିତ୍ରୀବାଇ ଫୁଲେ। ପିତାଙ୍କ ନାମ ଖାଣ୍ଡୋସି ନେଭସେ ଏବଂ ମାତାଙ୍କ ନାମ ଲକ୍ଷ୍ମୀବାଇ।  ସତୀପ୍ରବାଇ ଫୁଲେଙ୍କୁ ସତୀ ପ୍ରଥା, ଅସ୍ପୃଶ୍ୟତା ଏବଂ ବିଧବା ବିବାହ ପରି ସମାଜର କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସାବିତ୍ରବାଇ ଶିକ୍ଷା ପାଇଁ ବହୁତ ସଂଘର୍ଷ କରିଥିଲେ। ସେ ପ୍ରଥମ କୃଷକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସାବିତ୍ରୀବାଇ ଜଣେ ମହିଳା ହୋଇଥିବାରୁ ସେତେବେଳେ ଅଧ୍ୟୟନ ତାଙ୍କ ପାଇଁ ଅପରାଧଠାରୁ କମ୍ ନୁହେଁ। କୁହାଯାଏ ଯେ ଯେତେବେଳେ ସାବିତ୍ରୀବାଇ ଅଧ୍ୟୟନ କରିବାକୁ ଯାଉଥିଲେ, ଲୋକମାନେ ତାଙ୍କ ଉପରକୁ ଢେଲା ପଥର ଫିଙ୍ଗିଥିଲେ। ଏପରିକି ସେମାନଙ୍କ ଉପରେ ଅଳିଆ ପକାଉଥିଲେ।

ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ

ମହିଳାମାନଙ୍କ ପାଇଁ ଶିକ୍ଷା ପଥ ଖୋଲିଥିଲେ ସାବିତ୍ରୀ ବାଇ। ୧୯୪୮ ମସିହାରେ ମହାରାଷ୍ଟ୍ରର ପୁଣେରେ ଦେଶର ସର୍ବ ବୃହତ ବାଳିକା ବିଦ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ। ଏହା ପରେ ୧୮ଟି ବାଳିକା ବିଦ୍ୟାଳୟ ନିର୍ମାଣ କରିଥିଲେ। ଶିକ୍ଷା ସହିତ ସାବିତ୍ରୀବାଇ ମହିଳାମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି।

ସାବିତ୍ରୀ ବାଇଙ୍କ ଜୀବନୀ …..

ବିବାହ ସମୟରେ ସାବିତ୍ରୀବାଇ ଅଶିକ୍ଷିତ ଥିଲେ। ତାଙ୍କ ସ୍ୱାମୀ କେବଳ ତୃତୀୟ କକ୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଅଧ୍ୟୟନକୁ ନେଇ ଦେଖିଥିବା ସ୍ବପ୍ନକୁ ବିବାହ ପରେ ମାରିବାକୁ ଦେଇନଥିଲେ। ଏକଦା ସେ ଏକ ଇଂରାଜୀ ପୁସ୍ତକର ପୃଷ୍ଠା ଲେଉଟାଉ ଥିବା ବେଳେ ପିତା ଖଣ୍ଡୋଜୀଙ୍କ ତାଙ୍କ ଉପରେ ବିଗିଡିଥିଲେ। ସାବିତ୍ରୀବାଇଙ୍କ ହାତରୁ ବହିଟିକୁ ନେଇ ବାହାରେ ଫିଙ୍ଗି ଦେଲେ। ଶିକ୍ଷା କେବଳ ଉଚ୍ଚ ଜାତି ପୁରୁଷଙ୍କ ଅଧିକାର , ଦଳିତ ମହିଳାଙ୍କ ପାଇଁ ଶିକ୍ଷା ଗ୍ରହଣ କରିବା ଏକ ପାପ ବୋଲି ତାଙ୍କ ପିତା କହିଥିଲେ। ଏହି ଘଟଣା ପରେ ସାବିତ୍ରୀବାଇ ନିଷ୍ପତ୍ତି ନେଇଥିଲେ ଯେ ସେ ଶିକ୍ଷାଲାଭ କରିବେ, ଶେଷରେ ତାହା ହିଁ ହେଲା।

ବାଳିକା ବିଦ୍ୟାଳୟଗୁଡିକ ପ୍ରତିଷ୍ଠା କରିବା ସହ ନାରୀମାନଙ୍କ ପାଇଁ ଅନେକ ହିତମୂଳକ କାର୍ଯ୍ୟ କରିଛନ୍ତି। ଏହି କାରଣରୁ ତାଙ୍କୁ ସମାଜରେ ଅନେକ ଅପମାନର ସାମ୍ନା କରିବାକୁ ପଡିଥିଲା। ଦିନେ କାଶିବାଇ ନାମକ ବିଧବା ବ୍ରାହ୍ମଣ ମହିଳା ଗର୍ଭବତୀ ଅବସ୍ଥାରେ ଆତ୍ମହତ୍ୟା କରିବାକୁ ଯାଉଥିଲେ। କିନ୍ତୁ ସାବିତ୍ରୀବାଇ ତାଙ୍କୁ ଉଦ୍ଧାର କରି ନିଜ ଘରେ ରଖିବା ସହ ତାଙ୍କର ପ୍ରସବ କରାଇଲେ। ସେହି ଶିଶୁର ନାମ ଯଶୱନ୍ତ ଥିଲା। ସାବିତ୍ରୀବାଇ ଯଶୱନ୍ତଙ୍କୁ ତାଙ୍କ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରି ତାଙ୍କର ଲାଳନପାଳନ କରିଥିଲେ। ପରବର୍ତ୍ତୀ ସମୟରେ ଯଶବନ୍ତ ରାଓ ଜଣେ ଡାକ୍ତର ହୋଇଥିଲେ।