ରାକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ପର୍ବ । ଏହି ପର୍ବରେ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ କାମନା କରନ୍ତି। ସେହିପରି ଭାଇମାନେ ମଧ୍ୟ ଉପହାର ଦେଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରନ୍ତି। ଏହାକୁ ବଲିଉଡ୍, ଓଲିଉଡ୍ ଏବଂ ଅନେକ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରାଯାଏ। କିନ୍ତୁ ଆଜି ଆମେ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରୁନାହୁଁ, ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କ ବିଷୟରେ କହୁଛୁ। ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କର ନିଜର ଭାଇ ନାହାଁନ୍ତି। ଏପରି ପରିସ୍ଥିତିରେ, ତାଙ୍କ ଭଉଣୀ ସହିତ ଏହି ପର୍ବ ପାଳନ କରନ୍ତି ଏବଂ ଏହାର ପବିତ୍ରତା ବଜାୟ ରଖନ୍ତି। କ୍ରିତି ସାନନ୍ ଠାରୁ ଆରମ୍ଭ କରି ତାପସୀ ପନ୍ନୁ ପର୍ଯ୍ୟନ୍ତ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦେଶ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରୁଛନ୍ତି।
କ୍ରିତି ଏବଂ ନୁପୁର ସାନନ୍
ଜଣାଶୁଣା ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଭାଇ ନାହାଁନ୍ତି, ତେଣୁ ସେ ତାଙ୍କ ଭଉଣୀ ନୁପୁର ସାନନଙ୍କ ସହ ଏହି ଉତ୍ସବ ପାଳନ କରନ୍ତି। ପ୍ରତିବର୍ଷ ଉଭୟ ପରସ୍ପର ହାତରେ ରାକ୍ଷୀ ବାନ୍ଧନ୍ତି। ନୁପୁର ଏବଂ କ୍ରିତିର ଏହି ନିଆରା ବନ୍ଧନକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି।
ତାପସୀ ଏବଂ ଶାଗୁନ୍ ପନ୍ନୁ
ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ତାଙ୍କ ଭଉଣୀ ଶାଗୁନ୍ ପନ୍ନୁଙ୍କ ସହ ରକ୍ଷା ବନ୍ଧନ ପର୍ବକୁ ଭଲ ଭାବରେ ପାଳନ କରନ୍ତି। ଏହି ଦୁଇ ଭଉଣୀ ପରସ୍ପରକୁ ଭାଇର ଅଭାବ ଅନୁଭବ ହେବାକୁ ଦିଅନ୍ତି ନାହିଁ। ଶାଗୁନ୍ ପନ୍ନୁଙ୍କ ଜଣେ ପେସାରେ ୱେଡିଂ ପ୍ଲାନର ଏବଂ ସେ ଅଭିନୟ ଜଗତଠାରୁ ବହୁତ ଦୂରରେ। ତାପସୀ ଏବଂ ଶାଗୁନ୍ ପରସ୍ପର ସୁଖ ଏବଂ ଦୁଃଖ ସାଥୀ।
ମଲାଇକା ଏବଂ ଅମୃତା ଆରୋରା
ଚର୍ଚ୍ଚିତ ଅଭିନେତ୍ରୀ ମଲାଇକା ଆରୋରା କହନ୍ତି ଯେ, ତାଙ୍କ ସାନ ଭଉଣୀ ଅମୃତା ତାଙ୍କୁ କେବେ ଭାଇର ଅଭାବ ଅନୁଭବ ହେବାକୁ ଦିଅନ୍ତି ନାହିଁ। ସେ କହିଛନ୍ତି ଯେ ଆମେ ଦୁହେଁ ପରସ୍ପର ପାଇଁ ସବୁକିଛି ଏବଂ ଏହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦର ଅଭାବ ପଡିବ। ଏଥିରୁ ଏହା ଦର୍ଶାଏ ଯେ, ଏହି ଦୁଇ ଭଉଣୀ ପରସ୍ପର ସହିତ କେତେ ନିକଟତର।
ଭୂମି ଏବଂ ସମିକ୍ଷା ପେଡନେକର
ଭୂମି ପେଡନେକର ମଧ୍ୟ ପ୍ରତିବର୍ଷ ସାନ ଭଉଣୀ ସମିକ୍ଷାଙ୍କ ସହ ରାକ୍ଷା ବନ୍ଧନ ପର୍ବ ପାଳନ କରନ୍ତି। ସେ କୁହନ୍ତି – ମୁଁ ଏହି ଧାରଣା ଉପରେ ବିଶ୍ୱାସ କରେ ନାହିଁ ଯେ କେବଳ ଭାଇ ଓ ଭଉଣୀ ଏହି ପର୍ବ ପାଳନ କରିପାରିବେ। ମୁଁ ମୋ ଭଉଣୀ ଏବଂ ମୋ ମା’ଙ୍କ ହାତରେ ରାକ୍ଷୀ ବାନ୍ଧେ ଏବଂ ସେମାନେ ମଧ୍ୟ ମୋ ହାତରେ ରାକ୍ଷୀ ବାନ୍ଧନ୍ତି। ଆମେ ଘରେ ପୁରା ଆନନ୍ଦର ସହ ପର୍ବ ପାଳନ କରୁ।
କେବଳ ଅଭିନେତ୍ରୀମାନେ ନୁହେଁ, ଅନେକ ଲୋକ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ବର୍ତ୍ତମାନ ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଆଉ ସୀମିତ ନାହିଁ। ସମୟ ବଦଳିବା ସାଙ୍ଗରେ ଉତ୍ସବ ପାଳନର ଧାରା ବା ତରିକା ମଧ୍ୟ ବଦଳିଛି। ଆପଣ ମଧ୍ୟ ଚାହିଁଲେ ଭଉଣୀ-ଭଉଣୀ ହାତରେ, ମା-ବାପାଙ୍କ ହାତରେ, ଜେଜେବାପା-ମାଙ୍କ ହାତରେ ଏବଂ ଅନ୍ୟାନ୍ୟ ଗୁରୁଜନଙ୍କ ହାତରେ ରାକ୍ଷୀ ବାନ୍ଧି ଏହି ଟ୍ରେଣ୍ଡରେ ସାମିଲ ହୋଇପାରିବେ। ଏହା ଦ୍ବାରା ସମ୍ପର୍କ ମଧ୍ୟ ସୁଦୃଢ ରହିବ।