ମହିଳା ଦିବସ ଦିନ ମହିଳାମାନଙ୍କର ସମାନ ଅଧିକାର ବିଷୟରେ ସାରା ବିଶ୍ୱରେ ଆଲୋଚନା କରାଯାଏ। ହେଲେ ବହୁତ କମ୍ ସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳେ। ଏଭଳି ପରିସ୍ଥିତିରେ ଶହେ ପ୍ରତିଶତ କେବଳ ମହିଳା କର୍ମଚାରୀଙ୍କ ଦ୍ବାରା ଏକ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଲୁଧିଆନାର ମଲ୍ହାର ରୋଡରେ ଏକ ଗାଡି ଶୋ ରୁମ୍ ରେ ଏହା ଦେଖିବାକୁ ମିଳିଛି।
ନାଭାଲ୍ଟି ଗ୍ରୁପ୍ ଦ୍ବାରା ମଲ୍ହାର ରୋଡରେ ଖୋଲାଯାଇଥିବା ମହିନ୍ଦ୍ରା ଶୋ’ରୁମରେ କାର୍ଯ୍ୟନିର୍ବାହୀ ଠାରୁ ଆରମ୍ଭ କରି ସୁରକ୍ଷା ଗାର୍ଡ ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତିମହିଳା। ଏହି ଶୋ ରୁମ୍ ଫେବୃଆରୀ ୩ ରେ ଖୋଲା ଯାଇଥିଲା। ଏହାକୁ ନେଇ ଲୋକମାନଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି।
ନାଭାଲ୍ଟି ଗ୍ରୁପ୍ ସଭାପତି ଗୁରୁପ୍ରୀତ ସିଂ କହିଛନ୍ତି ଯେ, ନିକଟରେ ଦେଶରେ ମହିଳା ଡ୍ରାଇଭରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେ ଦେଖିଛୁ ଯେ ମହିନ୍ଦ୍ରା ଗାଡି ସମେତ ମହିଳାମାନେ ଅନ୍ୟାନ୍ୟ ଗାଡି ଚଳାଉଛନ୍ତି। ତେଣୁ ମହିଳା ଡ୍ରାଇଭରମାନଙ୍କ ପାଇଁ ଏକ ଶୋ’ରୁମ୍ ଖୋଲିବାର ଧାରଣା ଆସିଲା। ଯେଉଁଠାରେ କେବଳ ମହିଳା କର୍ମଚାରୀ କାର୍ଯ୍ୟ କରିବେ। ଏନେଇ ମହିଦ୍ରା କମ୍ପାନୀ ସହ ଆଲୋଚନା କରିବା ପରେ ଶୋ ରୁମ୍ ଖୋଲା ଯାଇଥିଲା।
ଏହି ଶୋ’ରୁମରେ ସମୁଦାୟ ୧୦ ଜଣ ମହିଳା କାର୍ମଚାରୀ ଅଛନ୍ତି, ଯେଉଁଥିରୁ ଜଣେ ସୁରକ୍ଷାକର୍ମୀ ଥିବା ବେଳେ ଅନ୍ୟ ସମସ୍ତେ ବିକ୍ରୟ କାର୍ଯ୍ୟ ସମ୍ଭାଳୁଛନ୍ତି। ପ୍ରଥମେ ଏହାକୁ ନେଇ ଆଶଙ୍କା ଦେଖାଦେଇଥିଲା` କିନ୍ତୁ କର୍ମଚାରୀ ନିଯୁକ୍ତ କରିବା ପରେ ସେମାନଙ୍କୁ ମୁଖ୍ୟ ଶୋ’ରୁମରେ ତାଲିମ ଦିଆଯାଇ ପରେ କାର୍ଯ୍ୟରେ ନିୟୋଯିତ କରାଯାଇଥିଲା। ଅନ୍ୟ ଶୋ’ରୁମ ତୁଳନାରେ ଆଜି ଆମେ ଏହି ଶୋ’ରୁମର ସର୍ବୋତ୍ତମ ପ୍ରତିକ୍ରିୟା ପାଇଛି।
ଉପସ୍ଥାପିକା – ବୈଜୟନ୍ତି ନାୟକ