ବର୍ଷା ଦିନରେ ଲୋକମାନେ ପ୍ରାୟତଃ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ କରିବାକୁ ପସନ୍ଦ କରନ୍ତି। ଏଥିପାଇଁ ନୂତନ ସ୍ଥାନ ଅନୁସନ୍ଧାନ କରିବା ସହିତ ଭ୍ରମଣର ମଜା ନିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ବିଶ୍ବରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ବର୍ଷା କେବେ ବନ୍ଦ ହୁଏ ନାହିଁ । ସେଗୁଡିକ ମଧ୍ୟରେ ଭାରତର ଦୁଇଟି ସ୍ଥାନ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ବିଶ୍ବର ସେଭଳି ୧୦ଟି ସ୍ଥାନ ବିଷୟରେ…..
୧୦. ଆମି ଶାନ୍, ସିଚୁଆନ୍ (ଚୀନ୍) – ଆମି ପର୍ବତ ବୌଦ୍ଧ ଧର୍ମର ଚାରୋଟି ପବିତ୍ର ପର୍ବତ ମଧ୍ୟରୁ ସର୍ବୋଚ୍ଚ। ଚୀନର ଏହି ସ୍ଥାନରେ ସବୁଠାରୁ ଅଧିକ ବର୍ଷା ହୁଏ । ଏଠାରେ ପ୍ରତିବର୍ଷ ହାରାହାରି ୮୧୬୯ ମିମି ବର୍ଷା ହୁଏ।
୯. କୁକୁଇ, ମୋଇ (ହାୱାଇ) – ହାୱାଇର ପୁ କୁକୁଇ ପର୍ବତ ମଧ୍ୟ ସେମଧ୍ୟରୁ ଅନ୍ୟତମ। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ବାର୍ଷିକ ହାରାହାରି ୯୨୯୩ ମିମି ବର୍ଷା କରାଯାଇଛି।
୮. ମ୍ୟାଟ୍ ୱାଇଲିଲ, କୋଏ (ହାୱାଇ) – ହାୱାଇର ମ୍ୟାଟ୍ ୱାଇଲିଲ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏଠାକାର ଭୂପୃଷ୍ଠ ଏତେ ଓଦା ଏବଂ ଖସଡା ହୋଇଥାଏ ଯେ ସେଠାରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର। ଏହାର ହାରାହାରି ବାର୍ଷିକ ବୃଷ୍ଟିପାତ ୯୭୬୩ ମିମି।
୭. ବିଗ୍ ବଗ୍, ମୋଇ (ହାୱାଇ) – ସୁନ୍ଦର ଦୃଶ୍ୟ ହେତୁ ବିଗ୍ ବଗ୍ ପର୍ୟ୍ୟଟକଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିଛି। ଏଠାରେ ବର୍ଷସାରା ହାରାହାରି ୧୦,୨୭୨ ମିମି ବର୍ଷା ରେକର୍ଡ କରାଯାଇଛି।
୬. ଡେବୁଣ୍ଡଶ୍ଚା, କେମରୁନ (ଆଫ୍ରିକା) – ଆଫ୍ରିକାର ସର୍ବୋଚ୍ଚ ଶିଖର କାମେରୁନ ପର୍ବତର ପାଦଦେଶରେ ଡେବୁଣ୍ଡଶ୍ଚା ଗାଁ ଅବସ୍ଥିତ। ବାର୍ଷିକ ହାରାହାରି ୧୦,୨୯୯ ମିଲିମିଟର ବର୍ଷା ରେକର୍ଡ ହୋଇଛି।
୫. ସାନ ଆଣ୍ଟୋନିୟା ଡି ୟୁରେକା (ଆଫ୍ରିକା) – ସାନ ଆଣ୍ଟୋନିୟା ଡି ୟୁରେକା ଆଫ୍ରିକା ମହାଦେଶର ସବୁଠାରୁ ଆର୍ଦ୍ର ସ୍ଥାନ । ବର୍ଷକୁ ହାରାହାରି ୧୦,୪୫୦ ମିଲିମିଟର ବର୍ଷା ହୋଇଥାଏ ।
୪. କ୍ରପ୍ ରିଭର (ନ୍ୟୁଜିଲ୍ୟାଣ୍ଡ) – ନ୍ୟୁଜିଲ୍ୟାଣ୍ଡ ସ୍ଥିତ କ୍ରପ୍ ନଦୀ ହେଉଛି ବିଶ୍ୱର ସବୁଠାରୁ ଆର୍ଦ୍ର ଅଞ୍ଚଳ ଜ୍ଝ ଏହି ସ୍ଥାନର ବାର୍ଷିକ ହାରାହାରି ୧୧,୫୧୬ ମିମି ବର୍ଷା ମଧ୍ୟ ରହିଛି ।
୩. ଟୁଟେଣ୍ଡୋ, କଲମ୍ବିଆ (ଦକ୍ଷିଣ ଆମେରିକା) – କଲମ୍ବିଆର ଏହି ସ୍ଥାନରେ ବର୍ଷା ଋତୁ ବର୍ଷକୁ ଦୁଇ ଥର ଆସେ । ତେଣୁ ବର୍ଷସାରା ପ୍ରାୟ ବର୍ଷା ହୁଏ । ବାର୍ଷିକ ପ୍ରାୟ ୧୧,୭୭୦ ମିଲିମିଟର ବର୍ଷା ହୋଇଥାଏ ।
୨. ଚେରାପୁଞ୍ଜି, ମେଘାଳୟ (ଭାରତ) – ଭାରତର ଚେରାପୁଞ୍ଜୀ ବିଶ୍ବର ଦ୍ୱିତୀୟ ବର୍ଷା ସ୍ଥାନ ବୋଲି ଜଣାଯାଏ। ଏଠାରେ ବାର୍ଷିକ ହାରାହାରି ୧୧,୭୭୭ ମିଲିମିଟର ବର୍ଷା ହୋଇଥାଏ। ଏହା ସତ୍ତ୍ବେ ଏଠାରେ ବାସ କରୁଥିବା ଲୋକମାନେ ଶୀତଦିନେ ଜଳ ସଙ୍କଟର ସମ୍ମୁଖୀନ ହୁଅନ୍ତି।
୧. ମୌସିନ୍ରାମ (ଭାରତ) – ଚେରାପୁଞ୍ଜି ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ କେତେକ ଗ୍ରାମରେ ପ୍ରବଳ ବର୍ଷା ହୋଇଥାଏ। ସେଥିମଧ୍ୟରୁ ମୌସିନ୍ରାମ ଅନ୍ୟତମ। ମୌସୁମୀ ସମୟରେ ପ୍ରବଳ ବର୍ଷାରୁ ବର୍ତ୍ତିବା ପାଇଁ ଲୋକମାନେ ନିଜ ଘରର ଛାତ ଉପରେ ଘାସ ଲଗାନ୍ତି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଏହି ଅଞ୍ଚଳ ବଙ୍ଗୋପସାଗର ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ଅଧିକ ବର୍ଷା ହୋଇଥାଏ। ପ୍ରତିବର୍ଷ ପ୍ରାୟ ୧୧,୮୭୧ ମିମି ବର୍ଷା ହୋଇଥାଏ ।