ନାରୀର ସୌନ୍ଦର୍ଜ୍ୟ ତାର ମୁଖମଣ୍ଡଳରୁ ଜଣାପଡେ । ବର୍ତ୍ତମାନ ପରିସ୍ଥିତି ରେ କୋବିଡ଼-୧୯ ରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବାରୁ ଅଧାରୁ ଅଧିକ ମୁହଁ ଲୁଚି ଯାଉଛି । ତେଣୁ ମନର ଭାବ କୁ ପ୍ରକାଶ କରିବା ପାଇଁ ଆଖି ମେକ୍ଅପ୍ ବହୁତ ଜରୁରୀ ହୋଇ ପଡିଛି । ତେବେ ଆସନ୍ତୁ ଜାଣିବା ଆଖି ମେକ୍ଅପ୍ କେମିତି କରିବା । ଆଖି ମେକ୍ଅପ୍ ବାଛିବା ପାଇଁ ପ୍ରଥମେ ଅପଣଙ୍କୁ ମାସ୍କ ର ରଙ୍ଗ ଏବଂ କେଉଁ ସ୍ଥାନ କୁ ଯିବାର ଅଛି ତାହା ଚୟନ କରନ୍ତୁ । ଆଇ ଶାଡୋ,ଆଇ ବ୍ରୋ ପେନ୍ସିଲ ,କାଜଲ ,ଲାଇନର ଏବଂ ମସ୍କରା ଚୟନ ଆଖି ମେକ୍ଅପ୍ ପାଇଁ ନିହାତି ଆବଶ୍ୟକ ।

ଆଇ ଶାଡୋ-
ମାସ୍କ ଚୟନ କରିବାପରେ ପରେ ଆଇ ଶାଡୋ ବାଛନ୍ତୁ ,ଯେମିତିକି ମାସ୍କ ଓ ଶାଡୋ ଏକା ରଙ୍ଗର ହୋଇଥିବ । ଯଦି ଆପଣ ପାର୍ଟି ମେକ୍ଅପ୍ ନେଉଛନ୍ତି ତେବେ ଶାଡୋ ଟି ଭାଇବ୍ର।ଣ୍ଟ ନେଇପାରିବେ । ଯଦି ଅଫିସ କିମ୍ବା ମାର୍କେଟ ଯାଉଛନ୍ତି ଶାଡୋ କଲର ଟି ହାଲକା ରଙ୍ଗର ହେବା ଆବଶ୍ୟକ ।
ଆଇ ଲାଇନର୍-
ଲାଇନର ବାଛିବା ସମୟ ରେ ଆଖିର ରଙ୍ଗ ଏବଂ ଆଖି ର ଆକାର ଉପରେ ଧ୍ୟାନ ଦେବା ଆବଶ୍ୟକ । ଯଦି ଆଖି ବଡ ଥାଏ ,ଲାଇନର ଟିକୁ ହଲକା ଭାବରେ ଲଗାନ୍ତୁ । ଏହା ଆଖିକୁ ସୁନ୍ଦର ଆକାର ଦେଇଥାଏ । ଯଦି ଆଖି ଛୋଟ , ଲାଇନର ଟିକୁ ମୋଟା କରି ଲଗାନ୍ତୁ । ବିଭିନ୍ନ ରଙ୍ଗ ର ଲାଇନର ମାସ୍କ ସହିତ ମ୍ୟାଚ୍ କରି ବ୍ୟବହାର କରି ପାରିବେ।
ଆଇବ୍ରୋ ପେନ୍ସିଲ–
ବିଭିନ୍ନ ରଙ୍ଗର ଆଇବ୍ରୋ ପେନ୍ସିଲ ରହିଥାଏ । ନିଜର ସ୍କିନ କଲର ଏବଂ ଆଇବ୍ରୋ କଲର ହିସାବରେ ପେନ୍ସିଲ ବ୍ୟବହାର କରି ଆଇବ୍ରୋ କୁ ସୁନ୍ଦର ଆକାର ଦିଅନ୍ତୁ ।
ଆଇ କାଜଲ୍ ଓ ମସ୍କାରା-
ପାର୍ଟୀ ମେକଅପ୍ ରେ ମସ୍କରା ଏବଂ କାଜଲ୍ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ,ନଚେତ ଖାଲି କାଜଲ୍ ଲଗାଇ ପାରିବେ । ଆଜିକାଲି ବିଭିନ୍ନ ସ୍ମଚ୍ ପ୍ରୁଫ୍ କାଜଲ୍ ବଜାର ରେ ଉପଲବ୍ଧ , ଯାହା ବୋହି ଯାଇନଥାଏ । ସେହି ପରି କାଜଲ୍ ଆଖି କୁ ପ୍ରକୃତ ଆକାର ଦେଇଥାଏ ତେଣୁ ଆଖି ସୁନ୍ଦର ଦେଖାଯାଏ । ଆର୍ଟିଫ଼ିଶିୟାଲ୍ ମସ୍କରା ମଧ୍ୟ ବ୍ୟବହାର କରି ପାରିବେ । ଏହା ଛୋଟ ଆଖିକୁ ବଡ କରି ଦେଖ।ଏ ।

ଆଖି ଯେପରି କଥା କହେ , ସେହିପରି ଆଖି ମେକଅପ୍ କରିଲେ ଆପଣ ମାସ୍କ ପିନ୍ଧି କରି ମଧ୍ୟ, ଅତ୍ୟନ୍ତ ସୁନ୍ଦର ଦେଖା ଯାଇପାରିବେ ।
all pay by phone casinos