ଯୋଗଦ୍ୱାରା ଉଦାସୀନତାର ଉପଚାର..

ବର୍ତ୍ତମାନ ସମୟରେ ଯୁବକଓ କିଶୋର ମାନଙ୍କ ଦ୍ୱାରା ଘଟିତ ଆତ୍ମହତ୍ୟା ଘଟଣା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ଯାହା କି ଭାରତ ପାଇଁ ନିଶ୍ଛିତ ରୁପେ ବିଷମ ଓ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ଏବଂ ଏହାକୁ ରୋକିବା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ । ନିକଟ ଅତୀତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ଉଦାସୀନଗ୍ରସ୍ତ ରୋଗୀଙ୍କ ସୂଚୀରେ ଭାରତର ସ୍ଥାନ ସର୍ବ ପ୍ରଥମ । ଗୋଟିଏ ଓଳି ଖାଉଥିବା ବ୍ୟକ୍ତି ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଜୀବନଯାପନ କରୁଥିବା ବ୍ୟକ୍ତି ପର୍ଯ୍ୟନ୍ତଏବଂ ଛୋଟ ଛୁଆଠୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ ।
ଏହାର କାରଣ
ଉଦାସୀନତା ଛୋଟ ସାମାନ୍ୟ ଘଟଣା ଯେପରି ପରୀକ୍ଷାରେ ଆଶାନୁରୁପ ସଫଳତା ନ ପାଇବା ଠାରୁ ଆରମ୍ଭକରି ସାଧାରଣ ଜୀବନଯାତ୍ରା ସହ ଖାପ ଖାଇପାରୁନଥିବା ବ୍ୟକ୍ତି ଆତ୍ମଘାତକାରୀ ଉଦାସୀନତାର ଶୀକାର ହୋଇଥାନ୍ତି ।କର୍କଟ ଏବଂ ସ୍ନାୟୁ ପୀଡିତ ରୋଗ ଭଳି ଦୁଃସହ ରୋଗରେ ପୀଡିତ ରୋଗୀ ଉତ୍କଟ ଶରୀରିକ ଯନ୍ତ୍ରଣା କୁ ସହି ନପାରୀ ଉଦାସୀନତାର ଶୀକାର ହୋଇଥାନ୍ତି ଯାହଦ୍ୱାରା ଚିକିତ୍ସା କୁ ସହଯୋଗ କରିବାରେ ଅସମର୍ଥ ହୋଇଥାନ୍ତି ଏବଂ ଏହା ସମୟ ସମୟରେ ଆତ୍ମଘାତି ରୂପ ମଧ୍ୟ ନେଇଥାଏ ।
ଉଦାସୀନତାର ପ୍ରକାର ଭେଦ
ଶରୀର ଗତ ଉଦାସୀନତା- ଏହା କୌଣସି କ୍ରୋନିକ କିମ୍ବା ସାମୟିକ ରୋଗ ଏବଂ ଔଷଧ ସେବନର ପାଶ୍ୱର୍ ପ୍ରତିକ୍ରୟା ହୋଇପାରେ ।
ଅସଫଳତା ଜନିତ ଉଦାସୀନତା- ଯେତେବେଳେ କୌଣସ ଛାତ୍ର ଅବା ଖେଳାଳି ଅସଫଳତା ପ୍ରାପ୍ତ କରନ୍ତି ତାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ ଏବଂ ଉଦାସୀନତାର ଶୀକାର ହୁଅନ୍ତି । ଏହା ସାମୟିକ ହେଲେ ମଧ୍ୟ ଆମ୍‌ôଘାତି ହୋଇପାରେ ତେଣୁ ଏହାର ଶୀଘ୍ର ଉପସମ ଜରୁରୀ ।
ଆତ୍ମ କୌନ୍ଦ୍ରିକ ଉଦାସୀନତା ବା ଅହଂ ଜନିତ ଉଦାସୀନତା- ଯେଉଁ ବ୍ୟକ୍ତ ନିଜର କ୍ଷମତା,କତ୍ତୃ୍‌ତ୍ୱ ଏବଂ ସାମାଜିକ ପ୍ରତିଷ୍ଠା ହରେଇଥାଏ ,ସେ ଉଦାସୀନତାର ଶୀକାର ହୋଇଥାଏ ।


ଲକ୍ଷଣ
ଆଗକୁ ନଇଁ ପଡିଥିବା କାନ୍ଧ,ସଙ୍କୁଚିତ ବକ୍ଷ ସ୍ଥଳ,ମାନସିକ ବିଲକ୍ଷଣତା,ଜୀବନ ପ୍ରତି ବିତସ୍ଫୃହା ଓ ପ୍ରତିକ୍ରିୟା ବିହିନ ଲକ୍ଷଣ ମାନ ଉଦାସୀନ ବ୍ୟକ୍ତି ମାନଙ୍କ ଠାରେ ଦେଖାଯାଏ । ଏହି ଉଦାସୀନତା ର ପର୍ଯ୍ୟାୟ କିଛି ସମୟ ଧରି କିମ୍ବା ଲମ୍ବା ସମୟ ଧରି ବ୍ୟକ୍ତି କୁ ପ୍ରଭାବିତ କରିଥାଏ ।
ଯୋଗ ଦ୍ୱାରା ନିଦାନ
ଯୋଗ ,ମନ ତଥା ଭାବନାର ବିଜ୍ଞାନ ରୁପେ ପରିଚିତ । ଏହା ନିଶ୍ଚିତ ରୁପେ ଉଦାସୀନ ଗ୍ରସ୍ତ ରୋଗୀକୁ ସହସା ଅଶ୍ୱସ୍ତ ପ୍ରଦାନ କରିବାରେ ବରଦାନ ସାବ୍ୟସ୍ତ ହେବ ।
ମଣିଷର ଭାବନା ଏବଂ ତାର ମାନସିକ ସ୍ଥିତି ତାର ଶରୀରର ଆକାର ଓ ଢାଞ୍ଚା ରେ ପ୍ରତିଫଳିତ ହୁଏ । ଶରୀରର ଆକାର ଓ ଅବସ୍ଥିତି ର ପରିବର୍ତ୍ତନ ଦ୍ୱାରା ଭାବନାର ସ୍ଥିତିକୁ ପରିବର୍ତ୍ତନ କରିହେବ । ଯୋଗବିଧି ,ଆସନ ଦ୍ୱାରା ଉଦାସୀନ ଗ୍ରସ୍ତ ବ୍ୟକ୍ତି କୁ ସହାୟତା ପ୍ରଦାନ କରିହେବ । ଏହାର ପ୍ରଭାବ ଅଳ୍ପ ସମୟ ଧରି ରହିଲେ ମଧ୍ୟ ଲମ୍ବା ସମୟ ଧରି କ୍ରମାଗତ ଅଭ୍ୟାସ ଦ୍ୱାରା ବ୍ୟକ୍ତି ଏହି ମାନସିକ ବେମାରୀରୁ ମୁକ୍ତ ହୋଇପାରିବ ।


ପଛକୁ ଶରୀରକୁ ପ୍ରସାରୀତ କରୁଥିବା ଆସନ ,ବିଭିନ୍ନ ଆସନମଧ୍ୟରୁ ସବୁଠୁ ଅଧତ୍କ ପ୍ରଭାବ ପକାଏ ଯଥା ଉଦ୍ଦ୍ୱର୍ ଧର୍ନୂ ଆସନ,ଦଣ୍ଡାସନ ଛାତି କୁ ପ୍ରସାରିତ କରି କାନ୍ଧକୁ ପଛକୁ ନେବା । ଏହି ଆସନ ଉଦାସୀନ ବ୍ୟକ୍ତି ର ଶାରୀରିକ ଆକାର ର ଠିକ ବୀପରିତ । ଏହି ଆସନ କରିବାକୁ ହେଲେ ପ୍ରଥମେ ବ୍ୟକ୍ତି ର ପୀଠି ପଛକୁ ନଇ଼ଁବା ଆବଶ୍ୟକ । ତେଣୁ ପ୍ରଥମେ ମେରୁଦଣ୍ଡକୁ ସହଜଶୀଳ କରିବା ଆବଶ୍ୟକ । ତ୍ରିକୋଣା ଆସନ, ପାଶ୍ୱର୍ କୋଣାସନ,ଅର୍ଦ୍ଧ ଚନ୍ଦ୍ରାସନ,ଏହା ମେରୁଦଣ୍ଡକୁ ନମନୀୟ କରିବା ସହ ମଜବୁତ୍ କରାଏ ଏବଂ ପଛକୁ ନଇଁ ବାରେ ସାହାଯ୍ୟ କରାଇଥାଏ ।ଏହି ଆସନରେ କରିବା ଦ୍ୱାରା ଉଦାସୀନତା ଦୂର ହେବା ସଙ୍ଗେ ସଙ୍ଗେ ପ୍ରଭାବିତ ବ୍ୟକ୍ତି ମଧ୍ୟରେ ଉତ୍ସାହ , ଇଚ୍ଛା ଶକ୍ତି ବଢିବାରେ ସହାୟକ ହୋଇଥାଏ । ଯୋଗାଚାର୍ଯ୍ୟ ଭି.ଏସ୍ ଆୟଙ୍ଗର ଘରେ ଥିବା ଫୋଲଡିଙ୍ଗ୍ ଚେୟାର ବ୍ୟବହାର କରି ବୀପରିତ ଦଣ୍ଡାସନ କରୁଥିଲେ ।
ଉଦାସୀନତା ହ୍ରାସ କରିବାରେ ବୀପରିତ(ଇନଭେର୍ଟଡ) ଆସନ ଯଥା ଅଧୋ ମୁଖୋ ବୃକ୍ଷାସନ, ପି’ ମୟୁରାସନ ଶୀର୍ଷାସନ,ସର୍ବାଙ୍ଗାସାନ ଏବଂ ସେତୁ ବନ୍ଧ ସର୍ବାଙ୍ଗାସନ, ଏହି ସମସ୍ତ ଆସନରେ ମସ୍ତିଷ୍କ ହୃଦୟ ତଳକୁ ରହିବ । ଏହି ଆସନ ଦ୍ୱାରା ଅନ୍ତର୍ନିହିତ ଭୟ ଦ୍ୱାରାପୀଡିତ ବ୍ୟକ୍ତି ଯଥା- ସବୁ ହରେଇବାର ଭୟ, ଅସଫଳତାର ଭୟ,କ୍ଷମତା ହରେଇବାର ଭୟ ରୁ ମୁକ୍ତ ହୋଇପାରିବ ।
ବୋଷ୍ଟନ ୟୁନିିଭେରସିଟି ମେଡିକାଲ ସାଇନ୍‌ସ ର ଏକ ଅନୁଧ୍ୟାନ ରୁ ଜଣା ପଡିଛି ଯେ ସପ୍ତାହରେ ଦୁଇଥର ଯୋଗ ପ୍ରଶୀକ୍ଷଣଏବଂ ପରେ ନିଜ ଘରେ ନିରନ୍ତର ଅଭ୍ୟାସ ଦ୍ୱାରା ଉଦାସୀନତାର ଲକ୍ଷଣ ଗୁଡିକୁ ହ୍ରାସ କରିହେବ ।
ପ୍ରତ୍ୟେକ ଆସନର ନିଜସ୍ୱ ସ୍ୱାସ ପ୍ରଶ୍ୱାସ ପ୍ରଣାଳି ଅଛି । ବ୍ୟକ୍ତି କୁ ସ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାର ନର୍ଦ୍ଧିଷ୍ଟନିୟମକୁ ମାନି ଅଭ୍ୟାସ କରିବା ଉଚିତ । ଲମ୍ବା ପ୍ରଶ୍ୱାସ ଦ୍ୱାରା ବ୍ୟକ୍ତି ଚିନ୍ତା ମୁକ୍ତ ହୁଏ ଏବଂ ଗଭୀର ଶ୍ୱାସ ନେବା ଦ୍ୱାରା ବ୍ୟକ୍ତି ଭିତରେ ସାହାସ ଏବଂ ଧର୍ଯ୍ୟ ରେ ବୃଦ୍ଧି ଘଟିଥାଏ ।

ଅନୁରାଧା ଦାଶ ।