ବୃଦ୍ଧି ପାଉଛି ତାପମାତ୍ର: ଥଣ୍ଡା ପବନ ପାଇଁ ଏସି ବ୍ୟବହାର କରିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ…

ଟାଣ ଖରା ସାଙ୍ଗକୁ ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାତିରେ ଏସି କିମ୍ବା କୁଲର ବିନା ଶୋଇବା କଷ୍ଟକର ହୋଇପଡ଼ୁଛି। ଏହି ପରିପ୍ରେକ୍ଷୀରେ ଏସି ଗ୍ରୀଷ୍ମ ଋତୁରେ ଆରାମ ଏବଂ ଶାନ୍ତିଦାୟକ ନିଦ୍ରାର ସର୍ବୋତ୍ତମ ଉତ୍ସ ପାଲଟି ଯାଇଛି।

ଏସି ଗରମରୁ ମୁକ୍ତି ପ୍ରଦାନ କରିଥାଏ ସତ କିନ୍ତୁ ଏହାର ପାର୍ଶ୍ବ ପ୍ରଭାବ ବି ରହିଛି। ଏହାର ଠିକ ଭାବେ ରକ୍ଷଣାବେକ୍ଷଣ ନକଲେ ଜୀବନ ବି ଚାଲି ଯିବାର ଅନେକ ସମ୍ଭାବନା ରହିଛି। ଲୋକମାନେ ପ୍ରାୟତଃ ଏସି ଗ୍ୟାସ୍ ସରିଯିବା କିମ୍ବା ଲିକ୍ ହେବା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ଆସନ୍ତୁ ଏସିରୁ ଗ୍ୟାସ୍ ଲିକ୍ ହେଉଛି କି ନାହିଁ ତାହାକୁ କିପରି ସହଜରେ ଚିହ୍ନଟ କରିପାରିବା ସେ ବିଷୟରେ ଜାଣିବା।

ଏସି ଗ୍ୟାସ୍ ଲିକ୍ ଚିହ୍ନଟ କରିବା ପାଇଁ ୫ଟି ସହଜ ଟିପ୍ସ
  • ଯଦି ଏସିର ତମ୍ବା ପାଇପ୍ କିମ୍ବା ବାହାର ୟୁନିଟ୍ ଉପରେ ବରଫ ପରି ଜମାଟ ବାନ୍ଧି ଯାଇଛି ତେବେ ଜାଣି ରଖନ୍ତୁ ଏହା ଗ୍ୟାସ୍ ଲିକର ସଙ୍କେତ। ଯେତେବେଳେ ଗ୍ୟାସର ଚାପ ହ୍ରାସ ପାଇଥାଏ ପାଇପରେ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ।
  • ସାବୁନ୍ ଫେଣ କରି ପାଇପରେ ଲଗାନ୍ତୁ। ଯଦି ଭୁରଭୁର ହୋଇ ଫଟକା ସୃଷ୍ଟି ହୁଏ, ତେବେ ଗ୍ୟାସ ଲିକ୍ ହେଉଛି ବୋଲି ଜାଣିବେ।
  • ସେହିପରି ଏସି ଗ୍ୟାସ ସହିତ ତେଲ ଘୁରି ବୁଲୁଛି। ଯଦି ଆପଣ ବାହାର ୟୁନିଟର ସନ୍ଧି କିମ୍ବା କଏଲରେ ଚିପିଚିପି ତେଲ କିମ୍ବା ଧୂଳିର କଳା ଚିହ୍ନ ଦେଖନ୍ତି, ତେବେ ଏକ ଲିକର ସଙ୍କେତ।
  • ଯଦି ଏସି ସାଧାରଣ ଅପେକ୍ଷା ବହୁତ କମ୍ ଥଣ୍ଡା ଦେଉଛି, କମ୍ପ୍ରେସର ନିରନ୍ତର ଚାଲୁଛି ଏବଂ ବିଦ୍ୟୁତ୍ ବିଲ୍ ହଠାତ୍ ବୃଦ୍ଧି ପାଇଛି, ତେବେ ଏହା ମଧ୍ୟ ଲିକେଜ୍ ହେବାର ଏକ ଲକ୍ଷଣ ହୋଇପାରେ। ଏଥିପ୍ରତି ସଜାଗ ହୋଇଯାଆନ୍ତୁ।