ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବାର୍ଷିକ କାର୍ଯ୍ୟକ୍ରମ ‘ବଟରଫ୍ଲାଏ-୨୦୨୫’ ଭଞ୍ଜକଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛୋଟ ପିଲାଙ୍କ ସମେତ ମହିଳାମାନେ ମଧ୍ୟ କଳା, ସାଧାରଣଜ୍ଞାନ, ଶାସ୍ତ୍ରୀୟ ନୃତ୍ୟ, ରାମ୍ପୱାକ୍ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମକୁ ଏକାମ୍ର ବିଧାୟକ ବାବୁ ସିଂହ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀମାନେ କିଡ୍ସ, ସବ-ଜୁନିୟର, ଜୁନିୟର ଏବଂ ସିନିୟର୍ ଭଳି ୩ଟି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ, ହସ୍ତାକ୍ଷର, କ୍ୱିଜ୍, ଓଡ଼ିଶୀ ନୃତ୍ୟ, ରାମ୍ପ ୱାକ୍ ଏବଂ ଆଧୁନିକ ନୃତ୍ୟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏଥିରେ ବିଚାରକଭାବେ ମାଇ ସିଟିଲିଙ୍କ୍ସ ସମ୍ପାଦକ ସତ୍ୟବ୍ରତ ସାନୁ ରଥ, ଅଭିନେତା ସତ୍ୟବ୍ରତ ତ୍ରିପାଠୀ, ଓଡ଼ିଶୀ ନୃତ୍ୟ ଗୁରୁ ବିଜୟ ଦାସ, କୋରିଓଗ୍ରାଫର୍ ଏମ୍.ଡି. ସାଫିଉଲ ହକ୍ ଏବଂ ପ୍ରମୁଖ ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମରେ ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେ ପକ୍ଷରୁ ଅର୍ପିତା ନନ୍ଦ ଉପସ୍ଥିତ ଥିଲେ