ପରିସ୍ରା ସଂକ୍ରମଣ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। ବିଶେଷ କରି କମ୍ ପାଣିପିଉଥିବା ଓ ସ୍ବଚ୍ଛତାକୁ ଧ୍ୟାନ ଦେଉ ନ ଥିବା, ମଧୁମେହ ପୀଡ଼ିତ ଓ ଗର୍ଭବତୀମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମୂତ୍ରଥଳୀ ଛୋଟ ଥିବାରୁ ସେମାନଙ୍କଠାରେ ପରିସ୍ରା ସଂକ୍ରମଣ ଆଶଙ୍କା ଅଧିକ ଥାଏ। ଏହି ପରିପ୍ରେକ୍ଷୀରେ ଏହାର ଆୟୁର୍ବେଦୀୟ ଉପଚାର ବିଧି ସମ୍ପର୍କରେ ଜାଣିବା।
- ପରିସ୍ରା ସଂକ୍ରମଣ ହେଲେ, ବାରମ୍ବାର ପରିସ୍ରା, ଜ୍ବଳନ, ରକ୍ତ ଆସିବା, ଜ୍ବର, ପରିସ୍ରା ଲାଲ୍ ହେବା ଆଦି ଲକ୍ଷଣ ଦେଖାଯାଇଥାଏ। ୟୁରୋଲୋଜିଷ୍ଟଙ୍କ ପରାମର୍ଶ କ୍ରମେ ଅଲ୍ଟ୍ରାସାଉଣ୍ଡ, ବୃକ୍କ ପରୀକ୍ଷା କରାଇବା ଆବଶ୍ୟକ। ତାସହିତ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେଇ ଶରୀରକୁ ଜଳାଭାବ ନ ହେବାକୁ ପ୍ରଚୁର ମାତ୍ରାର ପାଣି ଓ ସ୍ବାସ୍ଥ୍ୟକର ଖାଦ୍ୟ ସହ ଜୁସ୍ ପିଇବା ଆବଶ୍ୟକ।
- ତ୍ରିଫଳା ସେବନ ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ତ୍ରିଫଳା ଚୂର୍ଣ୍ଣକୁ ଏକ ଗ୍ଲାସ୍ ନଖଉଷୁମ ପାଣି ସହିତ ପାନ କରିପାରିବେ।
- ଧନିଆରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ଥିବାରୁ ଏହା ସଂକ୍ରମଣ ଦୂର କରିଥାଏ। ତେଣୁ ଏକ ଚାମଚ ଧନିଆ ମଞ୍ଜିକୁ ଏକ ଗ୍ଲାସ୍ ପାଣିରେ ରାତିସାରା ଭିଜାଇ ପରଦିନ ସକାଳୁ ଏହି ପାଣିକୁ ଛାଣିକରି ପିଇବା ଦ୍ବାରା ପରିସ୍ରା ସଂକ୍ରମଣ ଦୂର ହୋଇଥାଏ। ଜଳାପୋଡ଼ା ସମସ୍ୟା ରୁହେ ନାହିଁ।
- ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶକ୍ରମେ ଗୋକ୍ଷୁରା ଚୂର୍ଣ୍ଣ ସେବନ କରିପାରିବେ। ପୁନର୍ନବା କାଢ଼ା ଓ ରସ ସେବନ ପରିସ୍ରା ସଂକ୍ରମଣ ଦୂର ପାଇଁ ହିତକର। ଚିକିତ୍ସକଙ୍କ ପରାମର୍ଶରେ ଚନ୍ଦ୍ରପ୍ରଭା ବଟି, ଗୁଖୁରାଦି ଗୁଗୁଳୁ, ଚନ୍ଦନା ଶବ ପ୍ରବାଳ ଭସ୍ମ, ଶତାବରୀ ଘୃତ ଆଦି ସେବନ କରିପାରିବେ।