ପହଲଗାମ୍ ଆତଙ୍କୀ ହାମଲା;ଭୁଲ କରିଦେଲେ ଆତଙ୍କବାଦୀ ବଡ଼ ଖବର By Lopa On Apr 23, 2025 Share ଜମ୍ମୁ କାଶ୍ମୀରର ପହଲଗାମରେ ଆଜି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ପରେ ଘଟଣାସ୍ଥଳରେ ହୃଦୟ ବିଦାରକ ସ୍ଥିତି ଦେଖିବାକୁ ମିଳିଥିଲା। ଆକ୍ରମଣ ପରେ ସାହାଯ୍ୟ ପାଇଁ ଅନେକ ମହିଳାଙ୍କ ବୁକୁଫଟା ଚିତ୍କାର ପାହାଡ଼ରେ ପ୍ରତିଧ୍ବନିତ୍ବ ହୋଇଥିଲା। ମହିଳାମାନଙ୍କ ବିକଳ କ୍ରନ୍ଦନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।ଜମ୍ମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ରୁ ୨୮ ଜଣ ପର୍ଯ୍ୟଟକ ନିହତ ହୋଇଛନ୍ତି, ତାହା ପାକିସ୍ତାନର ହତାଶା ଏବଂ କାଶ୍ମୀରରେ ଶାନ୍ତି ଓ ପର୍ଯ୍ୟଟନର ଉନ୍ନତିକୁ ବିଫଳ କରିବାର ଏକ ପ୍ରୟାସ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କାଶ୍ମୀରରେ ପର୍ଯ୍ୟଟନ ଗତ କିଛି ବର୍ଷ ଧରି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୨୪ରେ ପ୍ରାୟ ୩୫ ଲକ୍ଷ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଥିବା ଆନୁଷ୍ଠାନିକ ତଥ୍ୟ ରହିଛି। ଏହି ଉନ୍ନତି ଭାରତ ସରକାରଙ୍କ ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନ ପ୍ରୟାସର ଏକ ପ୍ରମାଣ ବୋଲି ଦାବି କରାଯାଏ। ବିଶେଷଜ୍ଞ ଫାରାନ ଜେଫରୀ କହିଛନ୍ତି, “ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ନରମ ଲକ୍ଷ୍ୟ ଭାବେ ବାଛିଛନ୍ତି। ଏହା କାଶ୍ମୀରର ଇতିହାସରେ ସବୁଠାରୁ ଭୟଙ୍କର ଆକ୍ରମଣମାନଙ୍କ ମଧ୍ୟରୁ ଗୋଟିଏ।”ଜମ୍ମୁ-କଶ୍ମୀର ବୈସାରନ ଦ୍ୱୀପ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି । ଏ ଆକ୍ରମଣ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ ବା ଟିଆରଏଫ୍ ପକ୍ଷରୁ ହୋଇଥିବା ଦାବି କରାଯାଇଛି । ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଙ୍ଗଠନ ଲକ୍ସର-ଇ-ତୋଇବାର ଏହା ହେଉଛି ଏକ ଶାଖା । ୨ଟିଯାକ ଆତଙ୍କୀ ଗୋଷ୍ଠୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଛରେ ଦାୟି ବୋଲି ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି । ଏହି ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଏକ୍ସର-ଇ ତୋଇବାର ଡେପୁଟି ଚିଫ୍ ସୈଫୁଲାହ ଖାଲିଦ ଓରଫ୍ ସୈଫୁଲାହ କସୁରି ବୋଲି ଜଣାପଡ଼ିଛି । ଭାରତର ଶତ୍ରୁ ହାଫିଜ ସଇଦର ଖୁବ୍ ଖାସ୍ ହେଉଛି ଖାଲିଦ । ବିଛା ମନ୍ତ୍ରଣା ନଜାଣି ସାପ ଗାତରେ ହାତ ପୂରାଇ ଭୁଲ କରିଦେଲେ ଆତଙ୍କବାଦୀ । ଏବେ ସେମାନଙ୍କୁ ନିସ୍ତାର ନାହିଁ, ଗୋଡେଇ ଗୋଡେଇ ସେମାନଙ୍କୁ ନିପାତ କରାଯିବ । କଡାଗଣ୍ଡାର ହିସାବ ନିଆଯିବ । ଧଳାର ଚାଦର ଘୋଡି ଶୋଇଥିବା ପାହାଡକୁ ରକ୍ତର ହୋଲି ଖେଳି ଯେମିତି ରକ୍ତାକ୍ତ କରିଛନ୍ତି ଆତଙ୍କୀ ଆଉ ନିରିହ ଲୋକଙ୍କୁ ମାରି ଯେଉଁ ଭୁଲ କରିଛନ୍ତି ସେମାନଙ୍କୁ ଏ ଭୁଲ ଅକ୍ଷମଣୀୟ…. ଆତଙ୍କୀଙ୍କ ଛାତିରେ ଗୁଳି ମାରି ଜୀବନ ନେଇଯିବେ ଯବାନ, ରକ୍ତର ଜବାବ ରକ୍ତରେ ଦିଆଯାଉ… ଯିଏ ଧର୍ମ ପଚାରି ହତ୍ୟା କରୁଛି ତାର ସ୍ଥାନ ଏ ଧରାରେ ନାହିଁ । ମାନବିକତାର ସବୁ ସୀମା ସରହଦ ଟପି ଗୁଳିମାରି ଜୀବନ ଛଡାଇ ନେଇଥିବା ଆତଙ୍କୀଙ୍କୁ ତୁରନ୍ତ ହତ୍ୟା କରାଯାଉ । ଆତଙ୍କବାଦୀଙ୍କର କିଛି ଧର୍ମ ନାହିଁ, ନିନ୍ଦା କରିବାକୁ ଭାଷା ନାହିଁ, ଆତଙ୍କୀମାନେ ଯୋଉ ଗାତରେ ପଶିଲେବି, ଯେଉଁଠି ଲୁଚିଥିଲେ ବି ସେମାନଙ୍କୁ ଖୋଜି ଖୋଜି ମରାଯାଉ, ତେଣିକି ସେଥିପାଇଁ ସର୍ଜିକାଲ ଷ୍ଟ୍ରାଇକ କରାଯାଉ କିମ୍ବା ଯୁଦ୍ଧ ଘୋଷଣା, ଆମକୁ କିନ୍ତୁ ଏହାର ଦୃଢ଼ ପ୍ରତିକାର ଦରକାର ହିଁ ଦରକାର… ବୋଲି ଏବେ ସାରା ଦେଶରେ ଦାବି ହେଉଛି ପହଲଗାମ୍ ହମଲା ପରେ କ୍ରୋଧିତ ହୋଇଛନ୍ତି ଦେଶବାସୀ । ଆତଙ୍କୀ ହମଲାକୁ ସାରା ବିଶ୍ବରେ ନିନ୍ଦା କରାଯାଉଥିବା ବେଳେ ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ଯଦି ଧର୍ମ ପାଇଁ ଜଣଙ୍କୁ ହତ୍ୟା କରାଯିବ ତାହାଲେ ସେ ମଣିଷଟା ନିହାତି ଆତଙ୍କବାଦୀ ହୋଇଥିବ ବୋଲି ସୋସିଆଲ ମିଡିଆରେ ଏବେ ଆତଙ୍କୀଙ୍କ ଉପରେ ଆକ୍ସନ ନେବାକୁ ଦାବି ହେଉଛି । ମୋଦୀ ଆଉ ଗୋଟେ ସର୍ଜିକାଲ ଷ୍ଟାଇକ୍ କରନ୍ତୁ ବୋଲି ଦାବି ହେଉଛି । pahalgampahalgam terror attack todayterror attack today Share FacebookTwitterGoogle+ReddItWhatsAppPinterestEmail