ଆଜି ହେଉଛି ବିଶ୍ବ ଯକ୍ଷ୍ମା ଦିବସ ବିଶେଷ By Lopa Last updated Mar 24, 2025 Share ଆଜି ହେଉଛି ବିଶ୍ବ ଯକ୍ଷ୍ମା ଦିବସ। ମାର୍ଚ୍ଚ ୨୪ ତାରିଖରେ ‘ବିଶ୍ୱ ଯକ୍ଷ୍ମା ଦିବସ’ପାଳନ ହୋଇଥାଏ। କିନ୍ତୁ ଏହି ଦିବସକୁ କାହିଁକି ପାଳନ କରାଯାଏ ଜାଣିଛନ୍ତି? ତେବେ ନଜର ପକାନ୍ତୁ ଏହା ପଳନ ପଛର ମୂଳ ଉଦ୍ଦେଶ୍ୟ କଣ? ଯକ୍ଷ୍ମା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସତର୍କ କରାଇବା। ମାଇକ୍ରୋବ୍ୟାକ୍ଟେରିୟମ ଟ୍ୟୁବରକୁଲେସିସ୍ ନାମକ ଏକ ବ୍ୟାକ୍ଟେରିଆ ଯୋଗୁଁ ଯକ୍ଷ୍ମା ହୋଇଥାଏ। ଏହା ମସ୍ତିଷ୍କ ଓ ମେରୁଦଣ୍ଡ ଭଳି ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିପାରେ। ବିଶ୍ୱ ଯକ୍ଷ୍ମା ଦିବସରେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ ବିଷୟରେ। ଯକ୍ଷ୍ମା ଦୁଇ ପ୍ରକାର ଯକ୍ଷ୍ମା ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ଯକ୍ଷ୍ମା ଲୁକାୟିତ ଭାବରେ ରହିଥାଏ। ଏହି ଜୀବାଣୁ ଶରୀରରେ ଥାଏ କିନ୍ତୁ ଆମ ରୋଗପ୍ରତିରୋଧକ ଶକ୍ତି ଏହାକୁ ବ୍ୟାପିବାରେ ରୋକି ଥାଏ। ଏଥିରେ ଲକ୍ଷଣ ଦେଖାଯାଇନଥାଏ ଓ ଏହା ସଂକ୍ରାମକ ହୋଇନଥାଏ। ୨ୟ ଯକ୍ଷ୍ମାକୁ ଆକ୍ଟିଭ ଯକ୍ଷ୍ମା କୁହାଯାଏ। ଏହି ଜୀବାଣୁ ଶୀଘ୍ର ଶରୀରରେ ବ୍ୟାପିଥାନ୍ତି ଓ ଏହା ସଂକ୍ରାମକ ହୋଇଥାଏ। ଯକ୍ଷ୍ମାର ଲକ୍ଷଣ: ଲୁକାୟିତ ଯକ୍ଷ୍ମାର ଲକ୍ଷଣ ଦେଖାଯାଇନଥାଏ। ଆକ୍ଟିଭ ଯକ୍ଷ୍ମା ୩ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖା ଯାଇଥାଏ। ୩ ସପ୍ତାହରୁ ଅଧିକ ସମୟ ଧରି କଫ ଜମି ରହିଲେ, ଛାତିରେ କଷ୍ଟ, କାଶରେ ରକ୍ତ ପଡିବା, ଥକିଯିବା, ରାତିରେ ଝାଳ ବୋହିବା, ଥଣ୍ଡା ଲାଗିବା, ଜ୍ୱର ହେବା,ଭୋକ ନ ଲାଗିବା ଓ ଓଜନ କମ ହେବା ଇତ୍ୟାଦି ଏହାର ଲକ୍ଷଣ। ଯଦି ଆପଣଙ୍କୁ ଏହି ଲକ୍ଷଣ ଅନୁଭବ ହୋଉଛି ତେବେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯକ୍ଷ୍ମା ହେବାର କାରଣ: ବାୟୁ ଦ୍ୱାରା ଜୀବାଣୁ ବ୍ୟାପିବାରୁ ଯକ୍ଷ୍ମା ରୋଗ ହୋଇଥାଏ। ଏହା ଏକ ସଂକ୍ରାମକ ରୋଗ ଓ କୌଣସି ସଂକ୍ରାମକ ବ୍ୟକ୍ତି ସଂସ୍ପର୍ଶରେ ହୋଇଥାଏ। ରୋଗ ପ୍ରତିରୋଧ ଶକ୍ତି ଅଧିକ ଥିଲେ ଏହା ସହ ଲଢିହେବ। ଏହା ଅର୍ଥାରାଇଟସ, କ୍ରୋହନ ରୋଗ,ସିରୋସିସ ଔଷଧ ଖାଇଲେ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ହୋଇଥାଏ। ଯକ୍ଷ୍ମା କିପରି ବ୍ୟାପିଥାଏ ଯକ୍ଷ୍ମା ଏକ ସଂକ୍ରାମକ ରୋଗ ହେଲେ ମଧ୍ୟ ଏହା ସହଜରେ ବ୍ୟାପି ନଥାଏ। ଯକ୍ଷ୍ମା ରୋଗୀ ସହ ଲମ୍ବା ସମୟ ଯାଏଁ ରହିଲେ ଏହି ରୋଗ ହେବାର ସମ୍ଭାବନା ଥାଏ। ଯକ୍ଷ୍ମାର ଚିକିତ୍ସା ଯକ୍ଷ୍ମାର ଚିକିତ୍ସା ବେଳେ ସାବଧାନ ପରଖିବା ଆବଶ୍ୟକ। ରୋଗୀ ଏହି ସମୟରେ ପୃଷ୍ଟିକର ଖାଦ୍ୟ ଖାଇବା ସହ ବ୍ୟାୟମ କରିବା ନିହାତି ଜରୁରୀ। ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଅତନ୍ତ୍ୟ ଆବଶ୍ୟକ। ଏହି ଯକ୍ଷ୍ମା ବିଷୟରେ ଜାଣିଲେ ହିଁ ଏହାକୁ ମାତ ଦେଇହେବ। ତେଣୁ ଯକ୍ଷ୍ମାକୁ ଜାଣନ୍ତୁ ଓ ଯକ୍ଷ୍ମାକୁ ଜିଣନ୍ତୁ jakhmaodishatb disesestuberculosis day Share FacebookTwitterGoogle+ReddItWhatsAppPinterestEmail