ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଦୋଳ ପୂର୍ଣ୍ଣିମା। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପର୍ବର ପ୍ରାଧାନ୍ୟ ବେଶୀ। ଫାଲ୍ଗୁନ ଦଶମୀ ତିଥିରୁ ସାଧାରଣତଃ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ। ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହିତ ସୁସଜ୍ଜିତ ବିମାନରେ ବିଜେ କରନ୍ତି। ଶ୍ରୀରାଧାକୃଷ୍ଣ ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଆନ୍ତି। ଦୋଳ ପଡ଼ିଆ ବା ମେଳନ ପଡ଼ିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ। ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ରଙ୍ଗ ଖେଳ। ଦୋଳ ପୂର୍ଣ୍ଣିମାର ପର ଦିନ ରଙ୍ଗର ପର୍ବ ହୋଲି ପାଳିତ ହୁଏ।

ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହେବ । ଏହା ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ । ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି । ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ । ଦୋଳବେଦୀକୁ ବିଜେ କରିବେ ମହାପ୍ରଭୁ । ଆଜି ଭକ୍ତଙ୍କ ସହ ଫଗୁ, ଅବିର ଖେଲିବେ ମହାପ୍ରଭୁ । ଶ୍ରୀମନ୍ଦିର ଭିତରେ ବର୍ଷକୁ ୪ଥର ମହାପ୍ରଭୁଙ୍କ ସୁନାବେଶ କରାଯାଉଥିବାବେଳେ ଆଜି ମଧ୍ୟ ପ୍ରଭୁଙ୍କୁ ସୁନାବେଶ କରାଯିବ । ତେବେ ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସରିଥିବାବେଳେ ମନ୍ଦିରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୋଳବେଦୀରେ ମହାପ୍ରଭୁ ଗୋବିନ୍ଦଙ୍କୁ ଦର୍ଶନ କଲେ ଅକ୍ଷୟ ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଘଣ୍ଟାଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୁଦେବୀ ଭୋଇ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏପରି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା କରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।
![]()