ଜିରୋ ନାଇଟ୍ ସେଲିବ୍ରେସନ୍ ସହିତ ବର୍ଷ-୨୦୨୫ ଆରମ୍ଭ ବିଶେଷ By Lopa Last updated Jan 7, 2025 Share ଇଂରାଜୀ ନୂଆବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଏବଂ ବିଶ୍ବ ପାଇଁ ଏକ ଉଜ୍ଜ୍ୱଳମୟ ସ୍ଥାୟୀ ଭବିଷ୍ୟତ ଗଠନ କରୁଥିବା ସମାଜର କାମନା କରିଛନ୍ତି। ମିଳିତ ଭାବରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ବାନ ଜଣାଇଛନ୍ତି। କ୍ୟାଲେଣ୍ଡର ବର୍ଷ-୨୦୨୪ ବିଦାୟ ନେଇଛି। ଜିରୋ ନାଇଟ୍ ସେଲିବ୍ରେସନ୍ ସହିତ ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟକୁ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ନାଗରିକମାନେ ଦେଖିଛନ୍ତି। ଭାରତୀୟ ସମୟ ଠିକ୍ ରାତି ୧୨ଟାରେ ଜିରୋ ନାଇଟ୍ ସହିତ ନୂଆବର୍ଷର ଯାତ୍ରା ଆରମ୍ଭ ହୋଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଭଳି ଭୁବନେଶ୍ବର,ରାଉରକେଲା, ଓ ବ୍ରହ୍ମପୁରରେ ମଧ୍ୟ ନୂଆବର୍ଷ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ନୂଆବର୍ଷ ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଲେଜର ଲାଇଟ୍ ଓ ମ୍ୟୁଜିକ୍ର ତାଳେତାଳେ ଯୁବକ-ଯୁବତୀମାନେ ମତୁଆଳ ହୋଇଛନ୍ତି। ଭାରତୀୟ ସହରଗୁଡ଼ିକରେ ନୂଆବର୍ଷ ପାଇଁ ଯୁବପିଢ଼ିମାନେ ଉତ୍ସାହିତ ଦେଖାଯାଇଛି। ଏକ ନୂତନ ଚିନ୍ତାଧାରା ନେଇ ଭାରତୀୟମାନେ ନୂଆବର୍ଷ ପାଳନ କରୁଛନ୍ତି। ବଡ଼ବଡ଼ ହୋଟେଲରେ ସେଲିବ୍ରେଟି ନାଇଟ୍ ରଖାଯାଇଛି। ଏଥିରେ ମ୍ୟୁଜିକ୍, ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଏତଦ୍ ବ୍ୟତୀତ ଅନ୍ୟ ସଂସ୍ଥାଗୁଡ଼ିକର ମାଧ୍ୟମରେ ମଧ୍ୟ କାର୍ଯ୍ୟକ୍ରମଗୁଡ଼ିକ ରଖାଯାଇଛି। ନୂଆବର୍ଷ ପାଇଁ ଯୁବପିଢ଼ି ବାଣ ଫୁଟାଇଛନ୍ତି କେକ୍ କାଟିଛନ୍ତି। ଦେଶର ପ୍ରମୁଖ ଧାର୍ମିକସ୍ଥଳୀଗୁଡ଼ିକରେ ମଧ୍ୟ ସ୍ଥାନୀୟ ପ୍ରଶାସନ ତରଫରୁ ସୁବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ନୂଆବର୍ଷକୁ ଅତି ଗୁରୁତ୍ବର ସହିତ ପାଳନ କରାଯାଉଛି। ମନ୍ଦିର, ପାର୍କ, ପର୍ଯ୍ୟଟନସ୍ଥଳୀରେ ନୂଆବର୍ଷରେ ଭିଡ଼ଲାଗିବା ଆରମ୍ଭ ହୋଇଯାଇଛି। ରାତିପାହିଲା ବେଳକୁ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଜନସମୁଦ୍ର ପାଲଟିବ। ବିଶ୍ବପ୍ରସିଦ୍ଧ ପୁରୀ ମନ୍ଦିରରେ ଏହି ଦୃଶ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ସକାଳ ଠାରୁ ପୁରୀ ମନ୍ଦିରରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି। ନୂଆବର୍ଷ ଅବସରରେ ବଡ଼ଦାଣ୍ଡ, ଶ୍ରୀମନ୍ଦିର ପରିସର ଓ ସମୁଦ୍ରକୂଳ ଜନସମୁଦ୍ର ପାଲଟିଛି। ଜୟ ଜଗନ୍ନାଥ ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ବର୍ଷ ଆରମ୍ଭରୁ ଜଗନ୍ନାଥଙ୍କ ଶରଣ ନେଉଥିବା ଭକ୍ତ ନିଜକୁ ଧନ୍ୟ ମନେ କରୁଛନ୍ତି। happy new yearnew year 2025odisha Share FacebookTwitterGoogle+ReddItWhatsAppPinterestEmail