ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇନଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଭୃସଙ୍ଗ ପତ୍ର କୌଣସି ଆୟୁର୍ବେଦିକ ଔଷଧଠାରୁ କମ ନୁହେଁ। ଏଥିରେ ଭିଟାମିନ ସି, ମ୍ୟାଗ୍ନେସିୟମ, ଆଇରନ, କପର, କ୍ୟାଲସିୟମ, ଫସଫରସ, ଫାଇବର ଏବଂ କାର୍ବୋହାଇଡ୍ରେଟ ଭଳି ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିସନ ମିଳିଥାଏ। ଆପଣ ଦେଖିଥିବେ ଯେ, ଦକ୍ଷିଣ ଭାରତରେ ଅଧିକାଂଶ ଆଇଟମରେ ଏହି ପତ୍ରକୁ ବ୍ୟବହାର କରାଯାଇଥାଏ। ଏହା ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀତା। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା..
ଜାଣିଛନ୍ତି କି ଭୃସଙ୍ଗ ପତ୍ର କାହିଁକି ଲାଭଦାୟକ?
ଭୃସଙ୍ଗ ପତ୍ର ଖାଇବା ଶରୀରକୁ ଆଣ୍ଟି-ହାଇପରଗ୍ଲାଇସେମିକ୍ ଗୁଣ ପ୍ରଦାନ କରିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଇନସୁଲିନ୍ ପ୍ରତିରୋଧକୁ ହ୍ରାସ କରି ନିୟନ୍ତ୍ରଣ କରାଯାଇପାରିବ । ଏହା ସହିତ, ଏହି ପତ୍ରରେ ଅଧିକ ପରିମାଣର ଫାଇବର, କ୍ୟାଲସିୟମ୍ ଏବଂ ଫସଫରସ୍ ମିଳିଥାଏ । ପୁଷ୍ଟିକର ଖାଦ୍ୟରେ ଭରପୂର ଏହି ପତ୍ର ଗୁଡିକ ଆୟୁର୍ବେଦରେ ବିଶେଷ ଗୁରୁତ୍ୱ ଦେଇଥାଏ, ଏହି ପତ୍ର ଗୁଡିକ ପାରମ୍ପାରିକ ଔଷଧରେ ବ୍ୟବହୃତ ହୁଏ, ଇନସୁଲିନ୍ ର ସ୍ରୋତକୁ ବଢାଇଥାଏ ଏବଂ ମେଟାବୋଲିଜିମ୍ ଗୁଣ ବଢାଏ ।
ଭୃସଙ୍ଗ ପତ୍ର କିପରି ଖାଇବେ?
ସକାଳେ ଖାଲି ପେଟରେ ଚୋବାଇ ଖାଇପାରିବେ । ଯାହା ଡାଇବେଟିସ୍କୁ ନିୟନ୍ତ୍ରଣ କରିପାରିବ । ଚୋବାଇବା ବ୍ୟତୀତ ପତ୍ରକୁ ଉଷୁମ ପାଣିରେ ମଧ୍ୟ ଖାଇ ପାରିବେ । ଏହି କାରଣରୁ, ଶରୀରରେ ଶକ୍ତି ସ୍ତର ଦିନସାରା ରହିଥାଏ । ଏହା ସହ ଆପଣ ଏହାକୁ ଜୁସ୍ ଆକାରରେ ମଧ୍ୟ ପିଇ ପାରିବେ ।
ନିୟନ୍ତ୍ରଣ ରହିବ ଡାଇବେଟିସ: ଡାଇବେଟିସ ବା ମଧୁମେହ ରୋଗୀ ସକାଳୁ ଉଠି ଭୃସଙ୍ଗ ପତ୍ର ଚୋବାଇବା ନିହାତି ଆବଶ୍ୟକ। ଏଥିରେ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ। ଆପଣ ଭୃସଙ୍ଗ ପତ୍ରକୁ ଖରାରେ ଶୁଖାଇ ଏକ ପାଉଡର ପ୍ରସ୍ତୁତ କରି ସେବନ କରିପାରିବେ।
ମୋଟାପା ହେବ ଦୂର: ଯେଉଁ ଲୋକେ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି, ସେମାନଙ୍କ ପାଇଁ ଭୃସଙ୍ଗ ପତ୍ର ଲାଭଦାୟକ ରହିବ। ସକାଳୁ ଉଠିବା ପରେ ଏହାକୁ ଚୋବାଇବା ଦ୍ୱାରା ବଡି ଡିଟକ୍ସ ହେବା ସହ ମେଟାବଲିଜିମ ମଧ୍ୟ ବୁଷ୍ଟ ହେବ। ଏହାର କାରଣ ଓଜନ ହ୍ରାସ ପାଇବ।
