ଆଜି ନିମାପଡାରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିମାପଡ଼ା ରୋଡ ଶୋ କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ବୁଧବାର ଅପରାହ୍ଣ ସାଢ଼େ ୫ଟାରେ ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ବିଶାଳ ରୋଡ୍ ଶୋ’ର ଆୟୋଜନ ହେବ। ସେଥିରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ନିମାପଡ଼ା ବାହାରିବେ। ନିମାପଡାର ଗୁଲୁଗୁଲା ଛକରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଆରମ୍ଭ ହେବ। ଏହା ପରେ ଏଚ୍‌‌ଡିଏଫ୍‌‌ସି ଛକ ଓ ପରେ ନିମାପଡ଼ା ପୁରୁଣା ବସ୍‌‌ଷ୍ଟାଣ୍ଡ, ଜୟଶ୍ରୀ ଛକ, ବମ୍ବେ ଡାବା ଛକରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବେ। ସଂଧ୍ୟା ସାଢେ ୭ଟା ରେ ରୋଡ୍ ଶୋ’ ଶେଷ କରି ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

ନବୀନଙ୍କ ରୋଡ ଶୋ ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବେ। ରୋଡ ଶୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନବୀନଙ୍କ ଗସ୍ତକୁ ନେଇ ବିପୁଳ ଜନସମାଗମ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବୀନଙ୍କ ଝଲକ ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।