ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର; କହିଲେ, ଭୁଲ ପାଇଁ ୩ ଦିନ କରିବେ ଉପବାସ

ଭୁବନେଶ୍ୱର: ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିରେ ବିବାଦୀୟ ବୟାନ ଦେବା ପରେ ନିଜ ଭୁଲ ସ୍ୱୀକାର କଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ । ଏପରି ସାଙ୍ଘାତିକ ଭୁଲ ମନ୍ତବ୍ୟ ଦେଇଥିବା ଯୋଗୁଁ ୩ ଦିନ ପାଇଁ ଉପବାସ କରିବେ ବୋଲି କହିଛନ୍ତି ସମ୍ବିତ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦି ବୋଲି କହିବା ବଦଳରେ ମୋଦିଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛନ୍ତି ସମ୍ବିତ ପାତ୍ର । ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଭୁଲରେ ଏଭଳି କହିଦେଇଛନ୍ତି ବୋଲି ସେ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି, ଭୁଲବଶତଃ ଉଚ୍ଚାରଣ ହୋଇଥିଲା ।