ଢେଙ୍କାନାଳ: ହାଇୱା ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୪ ସଦସ୍ୟଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୨ଛୁଆ ଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ନିକଟସ୍ଥ ଖଙ୍କିରା ଗାଁର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗୋଟିଏ ପରିବାରର ୪ ଜଣ ଏକ ପଲ୍ସରରେ ବନ୍ଧୁ ଘରକୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ବାପା ମା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛୁଆଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପୁଅକୁ ୧୧ ବର୍ଷ ହୋଇଥିବା ବେଳେ ଝିଅକୁ ୫ ବର୍ଷ ହୋଇଥିଲା। ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିକୁ ଜବତ କରିଛି ପୋଲିସ ।