ରେଢ଼ାଖୋଲ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ ସଭାରେ ସମ୍ବୋଧନ କରି କହିଛନ୍ତି ଯେ ଏଠି ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି। ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି। ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ। ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ। କିଏ ରତ୍ନଭଣ୍ଡାର ଚାବି ହଜାଇଲା ତାର ତଦନ୍ତ ହେବ।
ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି। ବିଜେପି ସରକାର ଆସିଲେ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି। ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି। ରୁଷିଆ-ୟୁକ୍ରେନ ସଂଘର୍ଷରେ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ। ପୁତିନ ଓ ଜେଲେନସ୍କିଙ୍କ ସହ କଥା ହୋଇ ମୋଦି ସାଢ଼େ ୪ ଘଣ୍ଟା ଯୁଦ୍ଧ ସ୍ଥଗିତ କିରି ଥିଲେ।