ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର । ଆସନ୍ତା ସୋମବାର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ । ପଶ୍ଚିମ ଓଡ଼ିଶାର ୩ଟି ପ୍ରମୁଖ ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ ଏହା ଅନ୍ତର୍ଗତ୨୧ ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହା ବାଦ ଆସିକା ଓ କନ୍ଧମାଳ ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୧୪ଟି ବିଧାନସଭା ଆସନରେ ଭୋଟିଂ ହେବ ।
ଏହି ୩୫ ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଦୁଇଟି ବିଧାନସଭା ଆସନ କଂଟାବାଂଝି ଏବଂ ହିଞ୍ଜିଳି ରହିଛି । କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ହିଞ୍ଜିଳିରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ଏହି ପର୍ଯ୍ୟାୟରେ ନବୀନ ପଟ୍ଟନାୟକଙ୍କ ସହ ଜୁଏଲ ଓରାମ, ନିରଂଜନ ପୁଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀ, ସୁଶାନ୍ତ ସିଂହ, କନକ ବର୍ଦ୍ଧନ ସିଂହଦେଓ ଭଳି ପ୍ରାର୍ଥୀ ରହିଛନ୍ତି ।