ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର, ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ

ଭୁବନେଶ୍ୱର: ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୟଙ୍କୁ ଦଳ ବହିଷ୍କାର କରିଛି । ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ । ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବହିଷ୍କୃତ କରିଛି । ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ।

ସୂଚନାଯୋଗ୍ୟ, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ଟିକେଟରେ ଲଢୁଛନ୍ତି । ସେହିପରି ବିଜେପିରୁ ଟିକେଟ ନମିଳିବାରୁ ଶାରଦା ପ୍ରଧାନ ମାହାଙ୍ଗାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଥିବା ବେଳେ ରାକେଶ ମଲ୍ଲିକ ସୋରରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି ।