ବାରିପଦା: ବାରିପଦା ସହର ଭିତରେ ପଶିଲା ବାଘ । ଲୋକେ ଆତଙ୍କିତ । ଭଞ୍ଜପୁର ଅଞ୍ଚଳରେ ଆଜି ସକାଳୁ ଏକ ବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ବନଭିଭାଗର କର୍ମଚାରୀ ସଜାଗ ରହିଛନ୍ତି । ବନ ବିଭାଗ ପହଞ୍ଚି ବାଘକୁ ଖୋଜା ଖୋଜି କରୁଛନ୍ତି । ସେପଟେ ବାଘ କଥା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଆଜି ସକାଳୁ ସକାଳୁ ଲୋକେ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ ।
ସୂଚନା ଅନୁସାରେ, ଶୁକ୍ରବାର ସକାଳେ ବାରିପଦା ସହରର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ବାଘ ଆତଙ୍କ ଖେଳିଯାଇଛି। ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡିବାକୁ ଯାଉଥିବାବେଳେ ବାଘଟିକୁ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସମସ୍ତେ ଭୟଭୀତ ଥିବା ସୂଚନା ପାଇ ବନବିଭାଗ ପହଞ୍ଚି ବାଘକୁ ଖୋଜୁଛି। ବାଘ ପିଞ୍ଜରା ଗାଡି, ଜାଲ ଓ ଟ୍ରାଙ୍କୁଲାଇଜର ଧରି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରୁଛନ୍ତି ।