ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅଧିକାରୀ ଆକ୍ସ ମସିହା ଏକ କାର ଯୋଗେ ନିଜର ଜଣେ କନେଷ୍ଟବଳଙ୍କ ସହ ବିକାପୁର ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଯାଉଥିଲେ। ତେବେ ସମାନପଲ୍ଲୀ ଓ ରାଣିବଦଲି ମଧ୍ୟରେ ଥିବା ଗନ୍ନମ ନାଳ ନିକଟରେ ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ। ଏଥିରେ କାରର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ବର୍ତ୍ତିଯାଇଥିଲେ।