ବିଷମ କଟକ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା ଯୋଗୁ ଚିକତ୍ସିତ ହେଉଥିଲେ। ସେ ବିଷମକଟକରୁ ୭ଥର କଂଗ୍ରେସ ବିଧାୟକ ଥିଲେ। ଏହା ସହ ସେ ଓଡ଼ିଶା ଗୃହ ବିଭାଗ ତଥା ଜଙ୍ଗଲ ବିଭାଗ,ଅବକାରୀ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଳ ଓ ପରିମଳ ବିଭାଗର ମନ୍ତ୍ରୀ ପଦ ମଧ୍ୟ ତୁଲାଇ ଥିଲେ। ତାଙ୍କର ବିୟଗ ସମୟରେ ତିନି ଝିଅ, ପୁଅ ଓ ସ୍ତ୍ରୀ ଉପସ୍ଥିତ ଥିଲେ।