ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନଲାଇନରେ ଆପ୍ଲାଏ କରିପାରିବେ। ଆବେଦନର ଶେଷ ତାରିଖ ଜୁନ ୧୮ ଯାଏଁ ରହିଛି। ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି।

୩୫ଟି ପଦରୁ ୧୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ଟି ପଦ ଅଣସଂରକ୍ଷିତ ରହିଥିବା ବେଳେ ସେଥିରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥରୁ ୨ଟି ସେହିବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏସଟିଙ୍କ ପାଇଁ ୧୨ଟି ପଦ ରହିଥିବାବେଳେ ସେଥିରୁ ସେହି ବର୍ଗର ମହିଳାଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ଏସିଙ୍କ ପାଇଁ ୮ଟି ପଦ ସଂରକ୍ଷିତ ଥିବାବେଳେ ସେଥିରୁ ୩ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।